କାର୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା: ୨ ଜଣଙ୍କ ମୃତ୍ୟୁ

ସୁନ୍ଦରଗଡ଼: ଲେଫ୍ରିପଡା ଥାନା ଅନ୍ତର୍ଗତ ବରହାଖାଇ ଠାରେ ଆଜି ଅପରାହ୍‌ଣରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨ ଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ କୁଲବା ଗ୍ରାମର ରିକାଶ ନାଏକ ଓ ତେଲେନଡ଼ିହି ଗ୍ରାମର ବିରେନ୍ଦ୍ର ମହାନନ୍ଦିଆ।

ସୂଚନା ଅନୁସାରେ ଲେଫ୍ରିପଡା ଥାନା ଅନ୍ତର୍ଗତ ବରହାଖାଇ ଠାରେ ଆଜି ଅପରାହଣ୍‌ରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ୨ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର