ବଲାଙ୍ଗୀର ଜିଲ୍ଲାପାଳ ଅଫିସ ଆଗରେ ପୂର୍ବ ସୈନିକ ସଂଘର ବିକ୍ଷୋଭ

ବଲାଙ୍ଗୀର : ସମାନ ରାଙ୍କକୁ ସମାନ ପେନସନରେ ଅଣଦେଖା କରାଯାଇଥିବା ଅଭିଯୋଗ କରିଛି ବଲାଙ୍ଗୀର ଜିଲ୍ଲା ପୂର୍ବତନ ସୈନିକ ସଂଘ। ଏନେଇ ସୋମବାର ଜିଲ୍ଲା ପୂର୍ବତନ ସୈନିକ ସଂଘ, ବୀରନାରୀ ଓ ସହିଦ ପରିବାର ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସହିଦ ପରିବାର ଆଜି ରାଜ ରାସ୍ତାରେ ତାଙ୍କର ମୌଳିକ ଦାବି ନେଇ ଗର୍ଜିଛନ୍ତି। ସ୍ଥାନୀୟ କୋଶଳ କଳା ମଣ୍ଡଳଠାରୁ ରାଲିରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସୈନିକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ୫ ଦଫା ଦାବି ଉପସ୍ଥାପନ କରିଥିଲେ।

ପୂର୍ବତନ ସୈନିକମାନଙ୍କ ବିଧବା ପତ୍ନୀ ପେନ୍‌ସନ୍‌ ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି, ଜିଲ୍ଲାରେ କୌଣସି କାର୍ଯ୍ୟାଳୟ ନଥିବାରୁ ପୂର୍ବ ସୈନିକ, ସହିଦ ପରିବାର, ବିଧବାମାନେ ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ସେସବୁ ସମାଧାନ କରିବାକୁ ଦାବି କରାଯାଇଥିଲା। ଜିଲ୍ଲା ପୂର୍ବତନ ସୈନିକ ସଂଘ ସଭାପତି ବିଭୂତି ଭୂଷଣ ପାଣିଗ୍ରାହୀ, ପୂର୍ବ ସଭାପତି ସଚିକାନ୍ତ ନାଏକ, ପାଟଣାଗଡ଼ର ସଂଯୋଜକ ସହଦେବ ପୁରୋହିତ, ସଂପାଦକ ପ୍ରତାପ ଚନ୍ଦ୍ର ରଥ ଦାବିପତ୍ର ପ୍ରଦାନ କରିଥିଲେ।

ପାଟଣାଗଡ଼ର ସଂଯୋଜକ ପ୍ରଫୁଲ୍ଲ ମେହେର, ଟିଟିଲାଗଡ଼ର ସଂଯୋଜକ ଚନ୍ଦ୍ରଶେଖର ସାହୁ, କଣ୍ଟାବାଞ୍ଜିର ସଂଯୋଜକ ପ୍ରତାପ ପଟ୍ଟନାୟକ, ବଲାଙ୍ଗୀରର ସଂଯୋଜକ ନବକୃଷ୍ଣ ପଟେଲ, ଫକିର ମୋହନ ଗଡ଼ତ୍ୟା, କୃଷ୍ଣଚନ୍ଦ୍ର ପରମଗୁରୁ, ସର୍ବେରାମ ପଟେଲ, ଅରୁଣ ବାରିକ, ସୁଶୀଲ ପଟେଲ, ଶଙ୍କର ଜୁଏଡ, ଜଗନ୍ନାଥ ସାହୁ, ପଦ୍ମଲୋଚନ ପାତ୍ର, ପ୍ରମୋଦ ବାବୁ, ବୀରେନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ପଟେଲ, ଗୋପାଲ ମିଶ୍ର, ନୀଳକଣ୍ଠ ପାଢୀ, ନୟନ ଅଗସ୍ତି, ମହେନ୍ଦ୍ର ପଣ୍ଡା, ବିବେକ ଭୋଇ, ପ୍ରେମଲତା ନନ୍ଦ, ଦୀପ୍ତି ମିଶ୍ର ପ୍ରମୁଖ ରାଲିରେ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର