ଆବାସ ଯୋଜନା ନିରୀକ୍ଷଣ ବେଳେ ଉତ୍ତେଜନା

ରମଚନ୍ଦ୍ରପୁର : ରାଜ୍ୟବ୍ୟାପୀ ପ୍ରତ୍ୟେକ ପଞ୍ଚାୟତ ମୁଖ୍ୟାଳୟରେ ନୂତନ ଭାବେ ଆବାସ ଯୋଜନାରେ ଘର ପାଇବାକୁ ଥିବା ସମ୍ଭାବ୍ୟ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଛି। ଏହି ଚିଠା ସମ୍ପର୍କରେ ଯଦି କାହାର କିଛି ଅଭିଯୋଗ ଥାଏ ସରକାରଙ୍କ ପକ୍ଷରୁ ଏଥି ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗ ବାକ୍ସ ବସାଯିବା ସହ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ସରକାଙ୍କ ନୂଆ ନିୟମ ଅନୁସାରେ ଯୋଗ୍ୟ ହିତାଧିକାରୀଙ୍କ ନାଁରେ ମଟର ସାଇକେଲ କିମ୍ବା ଫ୍ରିଜ୍ ଥିଲେ ସେ ଆବାସରୁ ବଞ୍ଚିତ ହେବେ। ଏଭଳି ନୂଆ ନିୟମକୁ ନେଇ ହିତାଧିକାରିଙ୍କ ମନରେ ଛନକା ପଶିଛି।

ସରକାରଙ୍କ ନୂଆ ମାନଦଣ୍ତ ଅନୁସାରେ ଅଧିକାଂଶ ହିତାଧିକାରୀ ଏହି ତାଲିକାରୁ ବାଦ ପଡିବେ। ନୂଆ ଆବାସ ଚିଠାକୁ ନେଇ ବିଭିନ୍ନ ପଞ୍ଚାୟତରେ ହୋହଲ୍ଲା ଲାଗିରହାଥିବା ବେଳେ ଗୁରୁବାର ସାଇଁକୁଳ ପଞ୍ଚାୟତରୁ ଅଭିଯୋଗ ପାଇଁ ଘସିପୁରା ବ୍ଲକ୍‌ କନିଷ୍ଠ ଯନ୍ତ୍ରୀ ପ୍ରଦୀପ ସାମଲ, ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀପ୍ରିୟା ଜେନା ସାଇଁକୁଳ ଗ୍ରାମରେ ପହଞ୍ଚି ଅଭିଯୋଗ ହୋଇଥିବା କିଛି ହିତାଧିକାରିଙ୍କ ଘର ନିରୀକ୍ଷଣ କରି ପରିବାର ଲୋକଙ୍କୁ ବିଭିନ୍ନ ବିଷୟରେ ପଚରାଉଚରା କରିଥିଲେ। ଦୁଇ ପକ୍ଷ ମଧ୍ୟରେ କଥାକଟି ସହ ଧସ୍ତାଧସ୍ତି ହେବା ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା, ପରେ ସ୍ଥାନୀୟ ପୁଲିସ ଉପସ୍ଥିତିରେ ଅଭିଯୋଗ ହୋଇଥିବା ହିତାଧିକାରୀଙ୍କ ଘର ଯାଞ୍ଚ କରାଯାଇଛି।

ସମ୍ବନ୍ଧିତ ଖବର