ଅନୈତିକ ସମ୍ପର୍କରୁ ଯୁବକଙ୍କୁ ପିଟିପିଟି ହତ୍ୟା: ବାପପୁଅ ଥାନାରେ ଅଟକ

ଚିତ୍ରଡା: ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଜନୈକ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ତଥା ବେତନଟୀ ଥାନା ଅଧିନ ଭାଲିଆଡିହା ପଞ୍ଚାୟତର କେନ୍ଦୁଛାଟିଆ ଗ୍ରାମରେ ଘଟିଛି ଘଟିଥିବା ଜଣାପଡ଼ିଛି। ଖବରରୁ ପ୍ରକାଶ କି ଏହି ଗ୍ରାମରେ ଜାସାୟ ଟୁଡୁ ଏବଂ ତାଙ୍କ ପୁଅ ବାପୁନ(ମଧୁ) ଟୁଡୁ ଜନୈକ ଯୁବକଙ୍କୁ ଏକ ଗଛରେ ବାନ୍ଧି ରଖି ରାତିତମାମ କାଠ ଫାଳିଆ ଏବଂ ବାଉଁଶରେ ପିଟିପିଟି ମାରି ଦେଇଛନ୍ତି।

ନାଚ ମଝିରୁ ଜାସାୟଙ୍କର ସ୍ତ୍ରୀଙ୍କ ସହିତ ଅନ୍ୟତ୍ର ନେଇ ଶାରୀରିକ ସମ୍ପର୍କ ରଖୁଥିବା ସମୟରେ ବାପ ପୁଅ ଦେଖି ଦେଇଥିଲେ। ତାପରେ ବାନ୍ଧି ଆଣି ଗଛରେ ବାନ୍ଧି ଅଭିଯୁକ୍ତକୁ ପିଟିପିଟି ଜୀବନରୁ ମାରି ଦେଲେ ।

ସୂଚନାଯୋଗ୍ୟ, ଗତ ସୋମବାର ଉକ୍ତ ଗ୍ରାମରେ ଜାହୀରା ପୂଜା ଚାଲିଥିଲା ଏବଂ ପୂଜା ପରେ ପାରମ୍ପରିକ ନୃତ୍ୟ ଚାଲିଥିଲା। ଏହି ସମୟରେ ସୁରେଇଡ଼ିହି ପଞ୍ଚାୟତ ଗଣ୍ଡିଗୋଧା ଗ୍ରାମର ସୁନାରାମ ଟୁଡୁ (୨୫) ଜାସାୟଙ୍କ ସ୍ତ୍ରୀଙ୍କ ସହିତ ନାଚ ଚାଲିଥିବା ସ୍ଥାନରେ କେଉଁଆଡ଼େ ଚାଲିଯାଇଥିଲେ। ତେବେ ଜାସାୟଙ୍କର ସନ୍ଦେହ ହେବାରୁ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଥିବା ଘରକୁ ଯାଇ ଦେଖିଲା ବେଳକୁ ଦୁହେଁ ଅନୈତିକ କାର୍ଯ୍ୟରେ ଲିପ୍ତ ରହିଛନ୍ତି । ଏହା ଦେଖି ଜାସାୟ ଏବଂ ତାଙ୍କ ପୁଅ ମଧୁ ସୁନାରାମଙ୍କୁ ଧରି ଆଣି ଘରପାଖ ଏକ ଜାଲାହି ଗଛରେ ଏକ ଦଉଡିରେ ବାନ୍ଧି ରଖି ରାତିତମାମ କାଠ ଫାଳିଆ ଏବଂ ବାଉଁଶ ବାଡ଼ିରେ ନିସ୍ତୁକ ପିଟିପିଟି ଜୀବନରୁ ମାରିଦେଇଥିଲେ।

ସକାଳେ ଖବର ପାଇ ବେତନଟୀ ଏସଡିପିଓ ସୁଦର୍ଶନ ଦାସଙ୍କ ସହିତ ବେତନଟୀ ଆଇ ଆଇ ସି ସସ୍ମିତା ମହାନ୍ତ ,ବାରିପଦା ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଜାସାୟ ଏବଂ ମଧୁଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର