ପୂର୍ବ ଭାରତରେ ପ୍ରଥମ: ୨୯୦ ସିରିଜ୍‌ର ଅତ୍ୟାଧୁନିକ ଜୁମ୍ କଲୋନୋସ୍କୋପି

ସାଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଡ୍ରୋଲୋଜି ଆଣ୍ଡ ଲିଭର୍ ସାଇନ୍ସରେ ନିଆରା ଉପଲବ୍ଧି

ବିଖ୍ୟାତ ପେଟ ଓ ଲିଭର୍ ରୋଗ ବିଶେଷଜ୍ଞ ଡା. ଆଶୁତୋଷ ମହାପାତ୍ରଙ୍କ ବ୍ୟକ୍ତିଗତ ଉଦ୍ୟମରେ ଭୁବନେଶ୍ବର ଶହୀଦନଗରସ୍ଥିତ ସାଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଡ୍ରୋଲୋଜି ଆଣ୍ଡ୍ ଲିଭର୍ ସାଇନ୍ସରେ ୨୯୦ ସିରିଜ୍‌ର ଅତ୍ୟାଧୁନିକ ଜୁମ୍ କଲୋନୋସ୍କୋପି ଉପଲବ୍ଧ ହୋଇଛି। ଏଭଳି ଏକ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ସିଷ୍ଟମ୍ ସମଗ୍ର ପୂର୍ବ ଭାରତରେ ପ୍ରଥମ। ଡା. ମହାପାତ୍ର ଏହି କଲୋନୋ‌େସ୍କାପ୍ ସମ୍ବନ୍ଧରେ ସୂଚନା ଦେଇ କହିଛନ୍ତି, ‘ଏହା ହେଉଛି ସବୁଠୁ ଉନ୍ନତମାନର Narrow Band Imaging ଉପଯୋଗ ହେଉଥିବା ୨୯୦ ସିରିଜ୍‌ର କଲୋନୋସ୍କାପ୍। ମେଡିକାଲ୍ ଉପକରଣ ନିର୍ମାଣରେ ସାରାବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ଅଲମ୍ପସ୍ କମ୍ପାନି ଦ୍ବାରା ଏହା ନିର୍ମିତ। ଏଥିରେ Large Intestine ବା ବୃହଦନ୍ତ୍ରର ଅନେକ ରୋଗ ଯଥା କୋଲାଇଟିସ୍, କୋଲନ୍ କ୍ୟାନସର ଓ କୋଲୋନିକ୍ ପଲିପ୍ ଇତ୍ୟାଦି ପ୍ରାରମ୍ଭିକ ଅବସ୍ଥାରୁ ନିରୂପିତ ହୋଇପାରିଥାଏ। ଯାହାଫଳରେ ଏସବୁ ରୋଗର ଉପଯୁକ୍ତ ଚିକିତ୍ସା ହୋଇପାରିଥାଏ ଏବଂ ରୋଗୀ ଆରୋଗ୍ୟ ହେବାର ସମ୍ଭାବନା ଅଧିକ ହୋଇଥାଏ। ଏହି ଉପକରଣ ଦ୍ବାରା ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ରୋଗୀ ଯଥେଷ୍ଟ ଉପକାର ପାଇପାରିବେ।

ଉଲ୍ଲେଖଯୋଗ୍ୟ ଯେ ଡା.ଆଶୁତୋଷ ମହାପାତ୍ର ସୁଦୂର ଜାପାନରେ ଦୁଇଥର ଏଣ୍ଡୋସାଇଟୋସ୍କୋପି ପ୍ରଶିକ୍ଷଣ ନେଇଛନ୍ତି। ଟୋକିଓସ୍ଥିତ ନ୍ୟାସନାଲ୍ କ୍ୟାନସର ଇନ୍‌ଷ୍ଟିଚ୍ୟୁଟ୍ ଏବଂ ଓସାକା ଇଣ୍ଟରନ୍ୟାସନାଲ୍ କ୍ୟାନସର୍ ଇନ୍‌ଷ୍ଟିଚ୍ୟୁଟ୍‌ରୁ ପ୍ରଶିକ୍ଷଣ ନେଇଛନ୍ତି। ଏପରିକି ଡା. ଆଶୁତୋଷ ମହାପାତ୍ରଙ୍କୁ ଜାପାନ ସରକାରଙ୍କ ପକ୍ଷରୁ ମେଡିକାଲ୍ ଲାଇସେନ୍ସ ମଧ୍ୟ ପ୍ରାପ୍ତ ହୋଇଛି, ଯାହାକି ଏକ ବିରଳ ଉପଲବ୍ଧି। ବିଗତ ଦୁଇବର୍ଷ ମଧ୍ୟରେ ଡା. ମହାପାତ୍ର ୧୦ଟି Early Gastric Cancer ନିରୂପଣ କରିପାରିଛନ୍ତି। ଡା. ମହାପାତ୍ରଙ୍କ ଉଦ୍ୟମରେ ବର୍ତ୍ତମାନ ‘ସାଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଡ୍ରୋଲୋଜି ଆଣ୍ଡ ଲିଭର୍ ସାଇନ୍ସ’ ପୂର୍ବ ଭାରତରେ ଗୋଟିଏ Advanced Endoscopic Imaging Centre ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

ସମ୍ବନ୍ଧିତ ଖବର