‘ମୁଁ ବି ଗାଇବି’ ସଂଗୀତ ବିଚିତ୍ରା କାର୍ଯ୍ୟକ୍ରମ

ସମ୍ବାଦ ସାହିତ୍ୟଘର ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ ପକ୍ଷରୁ ଆୟୋଜନ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରର ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ ଏବଂ ସମ୍ବାଦ ସାହିତ୍ୟଘର ରାଇରଙ୍ଗପୁରର ମିଳିତ ଆନୁକୁଲ୍ଯରେ ସ୍ଥାନୀୟ ଲିଟିଲ ଫ୍ଲାଆର ସ୍କୁଲ ପ୍ରାଙ୍ଗଣରେ ଏକ ଟ୍ରାକ ସଂଗୀତ ବିଚିତ୍ରା କାର୍ଯ୍ୟକ୍ରମ “ମୁଁ ବି ଗାଇବି” ଅନୁଷ୍ଠିତ ହୋଇ ଯାଇଛି। ଅନେକ କଣ୍ଠ ଶିଳ୍ପୀମାନେ ଟ୍ରାକ ମାଧ୍ୟମରେ ସୁନ୍ଦର ସଂଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକମାନଙ୍କୁ ବିମୋହିତ କରିଥିଲେ। ମୁଖ୍ଯ ଅତିଥି ଭାବେ ଭାରତ ସରକାରଙ୍କ ଅବସରପ୍ରାପ୍ତ ଜଙ୍ଗଲ ଅଧିକାରୀ ଅତିସ କୁମାର ବେହେରା,ବିଶିଷ୍ଟ ଅତିଥି ଭାବରେ ବିଶିଷ୍ଟ ଗାୟକ ପ୍ରୀୟବୃତ ଦାସ, ଗାୟିକା ବବିତା କୈଲିୟାର, ଗାୟକ ପଂକଜ ମହାନ୍ତ, ସୀମା କୈଲିୟାର ଯୋଗ ଦେଇ ମନମୁଗ୍ଧକର ସଂଗୀତ ପରିବେଷଣ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମର ଆୟୋଜକ ମାନଙ୍କୁ ପ୍ରଶଂସା କରିଥିଲେ। କଣ୍ଠଶିଳ୍ପୀ ଖୁସବୂ ପାଲ,ଅର୍ଚନା ମାର୍ଣ୍ଡି, ମହାନ୍ତ ଶ୍ବେତା ସମୀକ୍ଷା,ସଂତୋସ କୁମାର ଦାସ, କୃଷ୍ଣା ପ୍ରଜ୍ଞା ରଣା, ଦେବୀପ୍ରସାଦ ରଣା, ପ୍ରିୟତମା ମହାନ୍ତ, ଏମ ଏସ ରିମଝିମ, ଅଂଶୁମାନ ଦାସ, ଶ୍ରଦ୍ଧା ସୁମନ ମହାନ୍ତ, ସାଇଶ୍ରୀ ପ୍ରଧାନ,  ସଭାପତି ତିମିର ରଂଜନ ପଣ୍ଡା, ସଂଯୋଜକ ତୁଷାରକାନ୍ତ ମହାନ୍ତ, ବିଜୟ କୁମାର ରାମ, କାଳିପ୍ରସନ୍ନ ମହାନ୍ତି, ଡକ୍ଟର ଦିଗମ୍ବର ଗିରି, କୌଶିକ କାଶ୍ୟପ ମହାନ୍ତି, ଅଧ୍ୟାପକ ମାନସ ପରିଡା,ତନ୍ମୟୀ ରଥ ପ୍ରମୁଖ ପରିଚାଳନା କରିଥିଲେ ।ରଂଜନ ନନ୍ଦ ମଂଚ ପରିଚାଳନା କରିଥିଲେ ଏବଂ କିଶୋର ରଜକ ଧନ୍ୟବାଦ ଅର୍ପଣ କରିଥିଲେ। ସୁରଥ ପଟ୍ଟନାୟକ, କବି ଜଗନ୍ନାଥ ବଳ, ଗୌତମ ମଣ୍ଡଳ, ଆରତୀ ପଟ୍ଟନାୟକ, ବିଣାପାଣୀ ପଣ୍ଡା,ଜୟଶ୍ରୀ ମହାନ୍ତି, ବିଭୁତିଭୁଷଣ ମହାନ୍ତ, ତୁଳସୀ ରଜକ, ଜୟନ୍ତ ମହାନ୍ତ, ଡାକ୍ତର ମାଝି,ଅରବିନ୍ଦ ପ୍ରଜାପତି, ଓ ଅନ୍ଯ ମାନେ ଉପସ୍ଥିତ ରହି ଉଦ୍ୟୋକ୍ତା ମାନଙ୍କୁ ଉତ୍ସାହିତ କରିଥିଲେ।
ସମ୍ବନ୍ଧିତ ଖବର