ଗାଁଗାଁରେ ମଦ, ଗଞ୍ଜେଇ ଅବାଧ କାରବାର

ଯାଜପୁରଟାଉନ/ସଦର : ଯାଜପୁର ସଦର ଥାନା ଅନ୍ତର୍ଗତ ଖଣ୍ଡାସ ଅଞ୍ଚଳରୁ ଏକ ସ୍କୁଟି ସହ ୪ କେଜି ଗଞ୍ଜେଇ ଜବତ କରାଯାଇଛି। ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରି ଏହି ଗଞ୍ଜେଇ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି। ଦୁଇ ଗିରଫ ଯୁବକ ସଦର ଥାନା ଅନ୍ତର୍ଗତ ମଙ୍ଗରାଜପୁର ଅଞ୍ଚଳର ଆକାଶ ମଲିକ ଓ ରାଜା ମଲିକ। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅବକାରୀ ଅଧୀକ୍ଷକ ଦେବୀ ପ୍ରସାଦ ଦାସଙ୍କ ନେତୃତ୍ବରେ ଚଢ଼ଉ କରାଯାଇଥିଲା।

୩ ପେଟି ବିଦେଶୀମଦ ଜବତ, ଦୁଇ ଗିରଫ
ରସୁଲପୁର : କୁଆଖିଆ ଥାନା କୃଷ୍ଣପଡ଼ା ଛକ ନିକଟରୁ ଆଜି ସକାଳେ ପୁଲିସ ଚୋରା ମଦ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୩ ପେଟି (୧୪୪ ବୋତଲ) ବିଦେଶୀ ମଦ ସହ ବାଇକ୍‌ ଜବତ ହୋଇଛି। ଜେନାପୁର ଥାନା କମାଗଡ଼ ଗ୍ରାମର ଅମ୍ବୁଜ ପ୍ରଧାନ (୩୮) ଓ ସୁରେନ୍ଦ୍ର ମଲିକ(୫୦) ମଦପେଟି ଧରି ଏକ ବାଇକ୍ (ଓଡି ୦୪ ଜେ ୮୫୭୨)ରେ କୁଆଖିଆ ଆଡୁ ଯାଉଥିଲେ। ଖବର ପାଇ ଏସଆଇ ପ୍ରଶାନ୍ତ କୁମାର ଦାସଙ୍କ ନେତୃତ୍ବରେ ପୁଲିସ ସେମାନଙ୍କୁ କୃଷ୍ଣପଡ଼ା ପାଖରେ କାବୁ କରିଥିଲା। ଏନେଇ ଏକ ମାମଲା ୫୨/୨୨ ନମ୍ବରରେ ରୁଜୁ କରି ଉଭୟ ମଦ ବେପାରୀଙ୍କୁ କୋର୍ଟଚାଲାଣ କରାଯାଇଛି। ଏସଆଇ ପିକେ ଦାସ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର