ପତ୍ନୀ ହତ୍ୟାକାରୀକୁ ଆଜୀବନ ଜେଲ୍‌

କେନ୍ଦୁଝର: ପତ୍ନୀ ହତ୍ୟାକାରୀକୁ କେନ୍ଦୁଝର ଜିଲ୍ଲା ଓ ଦୌରାଜଜ୍‌ ଚିତ୍ତରଂଜନ ମହାପାତ୍ର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ୨୦୧୮ ଏପ୍ରିଲ ୧୧ରେ କେନ୍ଦୁଝର ସଦର ଥାନା ବାୟାପଣ୍ଡାଦାର ଜୁଆଙ୍ଗସାହିର ସୁମନ୍ତ ଜୁଆଙ୍ଗ ଏବଂ ସ୍ତ୍ରୀ ବୁରୁଣ୍ଡି ଜୁଆଙ୍ଗଙ୍କ ମଧ୍ୟରେ ପାରିବାରିକ କଳହକୁ କେନ୍ଦ୍ରକରି ପାଟିତୁଣ୍ଡ ହୋଇଥିଲା। ସୁମନ୍ତ ଉତ୍ତ୍ୟକ୍ତ ହୋଇ ଘରେ ଥିବା ଏକ ଶାବଳରେ ବୁରୁଣ୍ଡିଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ବୁରୁଣ୍ଡିଙ୍କୁ ହତ୍ୟା କରିବା ପରେ ସୁମନ୍ତ ଗାଁ ଦା‌ଣ୍ଡରେ ଚିତ୍କାର କରି ସ୍ତ୍ରୀକୁ ହତ୍ୟା କରିଥିବା କହିଥିଲା। ଏନେଇ ବୁରୁଣ୍ଡିଙ୍କ ଭଉଣୀ ସାଧବାଣୀ ଜୁଆଙ୍ଗ ଥାନରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ନମ୍ବର ୮୧/୨୦୧୮ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସୁମନ୍ତକୁ କୋର୍ଟଚାଲାଣ କରିଥିଲା। ୧୩ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ସୁମନ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୫୦ ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୧ ବର୍ଷ ଜେଲ୍‌। ସରକାରଙ୍କ ପକ୍ଷରୁ ପିପି ପ୍ରଦୀପ କୁମାର ଦାସ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର