ସୁକତେଲ ଅଞ୍ଚଳକୁ ଲୋକଙ୍କ ସୁଅ, ଡ୍ୟାମ୍‌ ଦେଖିବାକୁ ଉତ୍ସାହ ବଢ଼ୁଛି

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜୀବନ ରେଖା କହାଯାଉଥିବା ଲୋୟର ସୁକତେଲ ଡ୍ୟାମ୍‌ ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ଜଳଭଣ୍ଡାରକୁ ବର୍ଷାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଜଳଭଣ୍ଡାରର ପାଣି ଡ୍ୟାମ୍‌ରେ ଥିବା ଦୁଇଟି ସ୍ଲୁଇସ୍‌ ଗେଟ ଦେଇ ନିଷ୍କାସିତ ହେଉଥିବା ବେଳେ ନଦୀଶଯ୍ୟା ଫୁଲିଉଠିଛି। ଏପଟେ ଗଡ଼ଶଙ୍କର ଡୁଙ୍ଗୁରିପାଲି, ବନଛୋରପାଲି ଗ୍ରାମ ନିକଟକୁ ପାଣି ମାଡ଼ି ଆସୁଥିବା ବେଳେ ଲୋକଙ୍କୁ ବିସ୍ଥାପନ କରାଯାଉଛି। ଲୋୟର ସୁକତେଲ ଡ୍ୟାମ୍‌ ନିର୍ମିତ ହୋଇଥିବା ମାଗୁରବେଡ଼ା ପୂର୍ବରୁ ଏକ ପିକ୍‌ନିକ୍‌ ସ୍ପଷ୍ଟ ଥିବା ବେଳେ ଏବେ ଡ୍ୟାମ୍‌ ନିର୍ମାଣ ପରେ ଏହି ଅଞ୍ଚଳର ଦୃଶ୍ୟପଟ ବଦଳିଯାଇଛି। ଏଭଳି ଏକ ଡ୍ୟାମ୍‌ ଜିଲ୍ଲାରେ ସଂପୂର୍ଣ୍ଣ ନୂଆ ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଇବା ସ୍ବାଭାବିକ। ତେଣୁ  ବଲାଙ୍ଗୀର ତଥା ଆଖପାଖ ଅଞ୍ଚଳରୁ ଲୋକେ ପରିବାର ନେଇ ଡ୍ୟାମ୍‌ସ୍ଥଳ ପରିଦର୍ଶନ କରୁଥିବା ବେଳେ ରବିବାର ସମେତ ବିଭିନ୍ନ ଛୁଟିଦିନ ଏଠାକୁ ଲୋକଙ୍କ ସୁଅ ଛୁଟୁଛି।

ସମ୍ବନ୍ଧିତ ଖବର