ଜୟନଗର ଗ୍ରୀଡରୁ କଟିଲା ବିଦ୍ୟୁତ, ସହର ଓ ଗ୍ରାମଂଚଳ ଅନ୍ଧାର

ଜୟପୁର: ଆଜି ଅପରାହ୍ନ ସାଢ଼େ ୧୨ଟାରୁ ସାଢ଼େ ୫ଟା ତା ପରେ ପୁଣି ଅଧଘଣ୍ଟାଏ ପାଇଁ ଆସି ତା ପରେ ଲୁଛକାଳି ଖେଳି ବିଦ୍ୟୁତ କାଟ୍ କରିଛି ଟାଟାପାୱାର। ଦିନ ତମାମର ଧୁଧୁ ଖରା ଓ ସଂଧ୍ୟାର ଗୁଳଗୁଳିରେ ଲୋକେ ହନ୍ତସନ୍ତ ହୋଇଛନ୍ତି। ସମଗ୍ର ଜୟପୁର ସହର ଠାରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ ସଂପୁର୍ଣ୍ଣ ଅନ୍ଦକାର ମୟ ହୋଇଯାଇଛି। ଯାହା ଘରେ କିମ୍ବା ବ୍ୟବସାୟୀକ ଅନୁଷ୍ଠାନ, ବେସରକାରୀ ଅନୁଷ୍ଠାନ, ସରକାରୀ ଅନୁଷ୍ଠାନରେ ଡିଜିଟାଲ୍ ଜେନେରଟର କିମ୍ବା ଇନଭରଟର ରହିଛି ସେମାନେ ସାମାନ୍ୟ ଅଶ୍ବସ୍ତି ଲାଭ କରିଥିଲେ।

ତେବେ ଯେଉଁ ମାନଙ୍କ ଘରେ ଏସି ଲାଗିଛି ସେମାନେ ଏସି ଲଗାଇ ନ ପାରି ନାହିଁ ନଥିବା ହଇରାଣ ହୋଇଥିଲେ। ଗରମ ତା ସାଙ୍ଗକୁ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହୋଇଥିଲେ। ‌ଟାଟାପାୱାର ପକ୍ଷରୁ ମାଛକୁଣ୍ଡରୁ ଗ୍ରୀଡକୁ ଆସୁଥିବା ବିଦ୍ୟୁତ ସଂଯୋଗରେ କିଛି ବୈଷୟିକ ସମସ୍ୟା ଦେଖାଦେଇଛି। ତେଣୁ ଜୟନଗର ଗ୍ରୀଡରୁ ସହର ଓ ବ୍ଲକକୁ ବିଦ୍ୟୁତ ଯୋଗାଣ ବନ୍ଦ କରାଯାଇଛି ବୋଲି କହିଛନ୍ତି ଟାଟାପାଓ୍ବରର ଏସଡିଓ ଅମିୟ ଗିରୀ। ଟାଟା ପାୱାରର ବିଦ୍ୟୁତ ସଂଯୋଗ ଓ ବୈଷୟିକ ଯନ୍ତ୍ରାଂଶ ସବୁ ଠିକ ରହି‌ଛି ସେଭଳି କିଛି ସମସ୍ୟା ନାହିଁ ବୋଲି କହିଛନ୍ତି। ତେବେ ଇନଭରଟର ଓ ଡିଜିଟାଲ ଇନର୍ଭରଟର ବିକ୍ରg ପାଇଁ ଯୋଜନା କି ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର