ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି ରାଇରଙ୍ଗପୁର ବସଷ୍ଟାଣ୍ଡ

ଠିପି ବନ୍ଦ ମଦ ଦୋକାନ ସାମ୍ନାରେ ମଦ ପିଉଛନ୍ତି ମଦ୍ୟପ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବସଷ୍ଟାଣ୍ଡ ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ସୂଚନା ଅନୁଯାୟୀ ରାଇରଙ୍ଗପୁର ବସଷ୍ଟାଣ୍ଡରେ ଦୀର୍ଘବର୍ଷ ହେବ ଏକ ବିଦେଶୀ ମଦ ଦୋକାନ ଅଛି ଏବଂ ଯେଉଁଥିପାଇଁ ଯାତ୍ରୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଉକ୍ତ ମଦ ଦୋକାନ ଉପରେ ବଡ଼ବଡ଼ ଅକ୍ଷରରେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଲେଖାଯାଇଛି।

ତେବେ ତାହାକୁ ମଦୁଆମାନେ ମାନୁନଥିବାର ଦୃଶ୍ୟ ଦେଖିବାକୁ ମିଳେ। ମଦ ଦୋକାନରୁ ମଦ କିଣି ବସଷ୍ଟାଣ୍ଡରେ ଯାତ୍ରୀମାନଙ୍କ ନିମନ୍ତେ ବସିବା ପାଇଁ ଥିବାସ୍ଥାନରେ ମଦ ପିଇଥାନ୍ତି। ଫଳରେ ଯାତ୍ରୀମାନେ ବସକୁ ତଳେ କିମ୍ବା ଗଛମୂଳରେ ବସି ଅପେକ୍ଷା କରିବାକୁ ପଡ଼ିଥାଏ। ଏହାବ୍ୟତୀତ ଅଧିକାଂଶ ସମୟରେ ମଦ୍ୟପାନ କରି ଯାତ୍ରୀମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିବାର ମଧ୍ୟ ଅଭିଯୋଗ ହୁଏ। ରାଇରଙ୍ଗପୁର ଟାଉନ୍ ଥାନା ପୁଲିସ ମଧ୍ୟ ବାରମ୍ବାର ମଦୁଆମାନଙ୍କୁ ଉଠାଇ ନେଇଥାଏ। ତଥାପି ମଦୁଆମାନେ ନିଜ ଇଚ୍ଛାରେ ସେଠାରେ ମଦ୍ୟପାନ କରିଥାନ୍ତି।

ପ୍ରତ୍ୟେକ ଦିନ ସକାଳୁ ବସଷ୍ଟାଣ୍ଡରୁ ମ୍ୟୁନସିପାଲଟିର ଗାଡ଼ି ଆସି ହଜାର ହଜାର ମଦ ବତଲ ଓ ଗ୍ଲାସ୍ ସେଠାରୁ ଉଠାଇଥାନ୍ତି। ସେନେଇ ବିଭିନ୍ନ ବୁଦ୍ଧିଜିବୀ ଓ ମହିଳା ସଂଗଠନ ପକ୍ଷରୁ ଦୋକାନ ସମ୍ମୂଖ୍ୟକୁ ଯାଇ ଉକ୍ତ ମଦ ଦୋକାନକୁ ସ୍ଥାନାନ୍ତର କରିବାକୁ ଦାବିକରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଯାତ୍ରୀଙ୍କ ନିମନ୍ତେ ବସିବା ପାଇଁ ଥିବା ପିଣ୍ଡିରେ ଅଇଁଠା ମଦ ବତଲ ସମେତ ଚାଖଣା ପଲିଥିନ ପଡ଼ିରହିଥାଏ। ତେବେ ଉକ୍ତ ପିଣ୍ଡିରୁ ମ୍ୟୁନସିପାଲଟିର ଗାଡ଼ିରେ ଆସୁଥିବା ସଫେଇ କର୍ମଚାରୀମାନେ କେବେ ବି ‌ବୋତଲ ସଫା କରୁନଥିବା ଦେଖିବାକୁ ମିଳେ ଯଦି କୌଣସି ଭଦ୍ରବ୍ୟକ୍ତି ପିଣ୍ଡିରେ ଥିବା ବତଲକୁ ସଫା ଓ ଅଇଁଠାପତ୍ର ସଫା କରିବା ପାଇଁ ସଫେଇ କର୍ମଚାରୀଙ୍କୁ କହିଲାପରେ ମଧ୍ୟ ସଫା କରିବା ପାଇଁ ସିଧା ସଳଖ ମନା କରିଦେଇଥାନ୍ତି।

ସମ୍ବନ୍ଧିତ ଖବର