ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ଜୟପୁର: ଗତ ୨୨ତାରିଖ ଦିନ ଜୟପୁର ଟାଉନଥାନା  ଅଂଚଳର ଜୈନେକା ୧୫ବର୍ଷିୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ କୋରାପୁଟ ଟାଉନଥାନା ହାଟପଦା ଅଂଚଳର ଅଭିଯୁକ୍ତ ସନ୍ତୋଷ ଡଙ୍ଗାୟତ ନାମକ ଯୁବକ ‌ପ୍ରେମ ସଂପର୍କ ସ୍ଥାପନ କରି ବିବାହର ମିଥ୍ୟା ପ୍ରତିଶ୍ରୃତି ଦେଇ ଅପହରଣ କରି ନେଇଥିଲା। ରାୟଗଡ଼ାରେ ଭଡାଘର ନେଇ ଆଣି ରଖିଥିଲା। ଏହି ଘରେ ନାବାଳିକାର ଇଛା ବିରୋଧରେ ଦୁଷ୍କର୍ମ କରିଥିଲା। ଏହି ମାମଲାରେ ଟାଉନ ଥାନା ପୁଲିସକୁ ମିଳିଛି ସଫଳତା। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟକୁ ଚାଳାଣ କରିଥିବା କହିଛନ୍ତି ଭାରପ୍ରାପ୍ତ ଟାଉନଥାନା ଅଧିକାରୀ ଈଶ୍ବର ତାଣ୍ଡି।

ସୂଚନା ଅନୁଯାୟୀ, ଗତ ୨୨ତାରିଖ ଦିନ ଜୟପୁର ଟାଉନଥାନା  ଅଂଚଳର ଜୈନେକା ୧୫ବର୍ଷିୟା ନାବାଳିକାଙ୍କୁ କୋରାପୁଟ ଟାଉନଥାନା ହାଟପଦା ଅଂଚଳର ଅଭିଯୁକ୍ତ   ସନ୍ତୋଷ ଡଙ୍ଗାୟତ ନାମକ ଯୁବକ ‌ପ୍ରେମ ସଂପର୍କ ସ୍ଥାପନ କରି ବିବାହର ମିଥ୍ୟା ପ୍ରତିଶ୍ରୃତି ଦେଇ  ଅପହରଣ କରି ନେଇଥିଲା। ରାୟଗଡା ନେଇ ସେଠାରେ ଭଡାଘର ନେଇ ଆଣି ରଖିଥିଲା।  ଏହି ଘରେ ନାବାଳିକାର ଇଛା ବିରୋଧରେ ଦୁଷ୍କର୍ମ କରିଥିଲା।  ଟାଉନଥାନାକୁ ଆସି ଏନ‌େଇ ନାବାଳିକା  ପରିବାରବର୍ଗ ଏତଲା ଦେଇଥିଲେ। ଟାଉନଥାନା  ପକ୍ଷରୁ ରାୟଗଡାରେ ଚଢ଼ାଉ କରି ଅପହୃତା ନାବାଳିକା ଓ ଅପହରଣକାରୀ ଅଭିଯୁକ୍ତ ସନ୍ତୋଷକୁ ଧରିଥିଲେ। ଉଭୟଙ୍କର ଡାକ୍ତରୀମାଇନା କରାଯାଇଥିଲା।  ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ପ‌େକ୍ସା ଆକ୍ଟ ଦଫା ୪(୨)୬ରେ ମାମଲା ରୁଜୁ କରି ଅପହରଣକାରୀ ଅଭିଯୁକ୍ତ ସନ୍ତୋଷକୁ ଗିରଫ କରିଥିଲେ। ଅଭିଯୁକ୍ତଙ୍କୁ  ଆଜି କୋର୍ଟକୁ ଚାଳାଣ କରାଯାଇଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ ସବଇନିସପେକ୍ଟର ସିଦ୍ଧାର୍ତ ବେହେରା । କୋର୍ଟ ଅଭିଯୁକ୍ତକୁ ବିଚାରବିଭାଗୀୟ ହାଜତ ସ୍ବତନ୍ତ୍ର କାରାଗାର ଜୟପୁରକୁ ପଠାଇ ଦେଇଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ।

 

 

 

ସମ୍ବନ୍ଧିତ ଖବର