୪୦.୮ ଡିଗ୍ରି ସହ ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ସମ୍ବଲପୁର: ୨ ଦିନ ସାମାନ୍ୟ ତାପମାତ୍ରା କମିବା ପରେ ରବିବାର ପୁଣିଥରେ ପାରଦ ଉପରକୁ ଉଠିଛି। ରବିବାର ପୂରା ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି। ରାଜ୍ୟରେ ୭ଟି ସହରର ତାପମାତ୍ର ୪୦ ଡିଗ୍ରି ପାର୍‌ କରିଛି। ଏହି ୭ ସହର ମଧ୍ୟରେ ପଶ୍ଚିମ ଓଡ଼ିଶାରୁ କେବଳ ୫ଟି ସହର ରହିଛି। ୪୦.୮ ଡିଗ୍ରି ତାପମାତ୍ରା ସହ ସମ୍ବଲପୁର ସହର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ବୌଦ୍ଧର ତାପମାତ୍ରା ୪୦.୫ ଡିଗ୍ରି ଏବଂ ଝାରସୁଗୁଡ଼ା, ବଲାଙ୍ଗୀର ଓ ହୀରାକୁଦ ସହରର ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରି ରେକର୍ଡ ହୋଇଛି।

ସେଭଳି ପଶ୍ଚିମ ଓଡ଼ିଶାର ଅନ୍ୟ ସହରଗୁଡ଼ିକର ତାପମାତ୍ରା ମଧ୍ୟ ପାଖାପାଖି ୪୦ ଡିଗ୍ରି ରହିଛି। ଭବାନୀପାଟଣାର ତାପମାତ୍ରା ୩୯.୫ ଡିଗ୍ରି ରହିଥିବା ବେଳେ ଟିଟଲାଗଡ଼ ଓ ସୋନ୍‌ପୁରର ତାପମାତ୍ରା ୩୯.୮ ଡିଗ୍ରି ରହିଛି। ବିଶେଷଜ୍ଞଙ୍କ ମତରେ ଆଗକୁ ଏହି ତାପମାତ୍ରା ଆହୁରି ବଢ଼ିବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର