ପେନ୍‌ସନ୍‌ ଟଙ୍କାକୁ ନେଇ କଳି, ବାପା ପେଟକୁ ଛୁରୀ ଭୁସିଲା ପୁଅ

ବେତନଟୀ ସଦର : ବୈଶିଙ୍ଗା ଥାନା ଅଧୀନ ବର୍ତ୍ତନା ଗ୍ରାମର ଜଣେ ଯୁବକ ନିଜ ବାପାଙ୍କୁ ଛୁରୀରେ ପ୍ରାଣାନ୍ତକ ଆକ୍ରମଣ କରିବା ପରେ ଥାନାରେ ଆତ୍ମସମର୍ପଣ କରିଛନ୍ତି। ଅଭିଯୋଗ ଅନୁଯାୟୀ; ବର୍ତ୍ତନା ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ସାହୁଙ୍କର ତାଙ୍କ ଦ୍ୱିତୀୟ ପତ୍ନୀଙ୍କର ପୁଅ କାର୍ତ୍ତିକ (କୁନା)ଙ୍କ ସହ ନିଜ ପେନ୍‌ସନ୍‌ ଟଙ୍କାକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଏକ ପରିବା କଟା ଛୁରୀରେ କାର୍ତ୍ତିକ ନିଜ ବାପାଙ୍କ ପେଟକୁ ଭୁସି ଚାଲିଥିଲେ। ପରିବାର ଲୋକେ ରାମଚନ୍ଦ୍ରଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କ ସହଯୋଗରେ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟପଟେ ଏହି ଅମାନୁଷିକ କାଣ୍ଡ ଘଟାଇବା ପରେ କାର୍ତ୍ତିକ ବୈଶିଙ୍ଗା ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର