ମହାବୀର କ୍ଷେତ୍ରରୁ ଶ୍ରୀକ୍ଷେତ୍ର ଗଲା ପ୍ରଥମ ପର୍ୟ୍ୟାୟ ରଥକାଠ

୩ଟି ଗାଡିରେ ୧୦୪ ଖଣ୍ତ କାଠ ପଠାଗଲା

ଦଶପଲ୍ଲା: ମହାବୀର କ୍ଷେତ୍ରରୁ ଶ୍ରୀକ୍ଷେତ୍ର ଅଭିମୁେଖ ଆଜି ବାହାରିଛି ଚଳିତବର୍ଷ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁନିର୍ମାଣ ହେବାକୁ ଥିବା ପ୍ରଥମ ପର୍ୟ୍ୟାୟ ରଥ କାଠ। ପୂର୍ବାହ୍ନେର ଦଶପଲ୍ଲାର ଆରାଧ୍ୟେଦବ ପ୍ରଭୁ ମହାବୀର ମନ୍ଦିର ସମ୍ମୁଖେର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପେର ଆଜ୍ଞାମାଳ ଲାଗିେହାଇ ୩ଟି ଟ୍ରକ ଯୋଗେ ୧୦୪ଖଣ୍ତ କାଠ ପୁରୀ ଅଭିମୁେଖ ବାହାରିଛି। ରଥ ନିର୍ମାଣ ପାଇଁ ଦଶପଲ୍ଲାରୁ କାଠ ପୁରୀ ଯାଉଥିବା ହେତୁ ଜଗନ୍ନାଥ ପ୍ରେମୀ ତଥା ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟେର ଉତ୍ସାହ ଦେଖିବାକୁ ମିଳିଛି। ସଂକୀର୍ତ୍ତନ ମଣ୍ତଳୀ ଦ୍ବାରା ଏକ ଶୋଭାଯାତ୍ରାରେ ମହାପ୍ରଭୁଙ୍କ ଆଜ୍ଞାମାଳକୁ ସ୍ଥାନୀୟ ରାଧାମାଧବ ଜୀଉ ମନ୍ଦିର ଠାରୁ ମହାବୀର ମନ୍ଦିର ପର୍ଯ୍ୟନ୍ତ ଅଣାଯିବା ପେର ପଣ୍ତିତ ରାଜେଶ କୁମାର ହୋତାଙ୍କ ଦ୍ବାରା ଧୂପ, ଦୀପ, ନୈବେଦ୍ୟ ସମର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା।

ଏସିଏଫ୍ ଶ୍ବେତାଲିନା ସାହୁ, ବନାଚଂଳ ଅଧିକାରୀ ନିଖିଳେଶ ମଲିକଙ୍କ ସେମତ ବିଧାୟକ ରମେଶ ଚନ୍ଦ୍ର ବେହେରା ପୂଜାେର ଉପସ୍ଥିତ ଥିେଲ। ଏହି କାଠକୁ ପୋଖରୀେଗାଛା ସଂରକ୍ଷିତ ଜଙ୍ଗଲର କମ୍ପାଣ୍ଟେମଣ୍ଟ –୧ ଏବଂ ପୋଖରୀେଗାଛାସେକ୍ସନର କୁରାଢିନିଶା ଜଙ୍ଗଲରୁ କଟାଯାଇ ପଠାଯାଇଛି। ଏସବୁ କାଠ ମଧ୍ୟେର ୧୨ ଫୁଟେର ୩ ଫୁଟର ଅସନ ୧୮ଟି ଏବଂ ଧଉରା ୪୪ଟି ରହିଥିବା ବେଳେ ୨୦ ଫୁଟେର ୩ଫୁଟର ଅସନ ୧୫ଟି ଏବଂ ଧଉରା ୨୪ଟି ଏବଂ ୨୦ ଫୁଟେର ୪ ଫୁଟର ଧଉରା ୩ଟି ଥିବା ବନାଚଂଳ ଅଧିକାରୀ ଶ୍ରୀ ମଲିକ ସୂଚନା ଦେଇଛନ୍ତି। ମହାପ୍ରଭୁ ନନ୍ଦିେଘାଷ, ତାଳଧ୍ବଜ ଏବଂ ଦେବଦଳନ ରଥ ନିର୍ମାଣ ପାଇଁ ୮ ଶହ ୬୫ ଖଣ୍ତ କାଠର ଆବଶ୍ୟକତା ରହିଥାଏ। ଗତବର୍ଷ ଗତବର୍ଷ ୧୧୮ ଖଣ୍ତ କାଠ ବଳକା ରହିଥିବାରୁ ଅବଶିଷ୍ଟ ୭ଶହ ୪୭ ଖଣ୍ତ କାଠ ଯୋଗାଇ‌ ଦେବାକୁ ନିର୍ଦ୍ଦେଶ ହୋଇଛି। ଖପୁରିଆ ସ୍ଥିତ ସମିଲକୁ ୪୦୬ ଖଣ୍ତ କାଠ ଏବଂ ରଥଖଳାକୁ ୩୪୧ ଖଣ୍ତ ପଠାଇବାକୁ ନୟାଗଡ ବନଖଣ୍ତକୁ ଶ୍ରୀ ମନ୍ଦିର ପ୍ରଶାସନ ଚିଠି କରିଛି।

ଆସନ୍ତା ଶ୍ରୀ ପଂଚମୀ ତିଥିରେ ବଡଦାଣ୍ତ ସ୍ଥିତ ରଥଖଳାେର ରଥ ଅନୁକୂଳ ପୂଜା ଅନୁଷ୍ଠିତ ହେବାକୁ ଥିବାେବେଳ ଆବାହମାନ କାଳରୁ ଦଶପଲ୍ଲା ବନାଚଂଳରୁ କାଠ ପଠାଯାଉଛି। ବଡକଥା ହେଉଛି ଦଶପଲ୍ଲା ବନାଚଂଳେର ଏବେ କାଠ ସଂକଟ ଦେଖାଯିବା ହେତୁ ଚଳିତ ବର୍ଷ େମାଟ ୧୯୦ ଖଣ୍ତ କାଠ ଦଶପଲ୍ଲା ବନାଚଂଳରୁ ଯିବାକୁ ସ୍ଥିର ହୋଇଥିବା ଶ୍ରୀ ମଲିକ କହିଛନ୍ତି। ଏହି ପୂଜାେର ସଦର ବନପାଳ ଶ୍ରବଣ କୁମାର ବଳିଆରସିଂ, ସାେକଣୀ ବନପାଳ କୈଳାସ ପ୍ରଧାନ, ପୋଖରୀେଗାଛା ବନପାଳ ଶୁଭନ୍ଧୁ ପ୍ରସାଦ ନାୟକ, ଚେଡୟାପଲ୍ଲୀ ବନପାଳ ପ୍ରଫୁଲ୍ଲ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିେଲ।

ସମ୍ବନ୍ଧିତ ଖବର