ନିଆଁ ଲାଗି ଜଳିଗଲା ଦୋକାନ, ଦୋକାନୀ ଆହତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଧଳପୁର ପାଣିଟାଙ୍କି ନିକଟରେ ରବୀନ୍ଦ୍ର ନାଏକଙ୍କ କିରାନା ଦୋକାନରେ ଗୁରୁବାର ମଧ୍ୟାହ୍ନ ସମୟରେ ହଠାତ୍ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି।

ସୂଚନାନୁସାରେ ରବୀନ୍ଦ୍ର ସକାଳୁ ଦୋକାନ ଖୋଲିଥିଲେ। ପରେ ସେ ଦୋକାନର ପଛପଟେ ରୋଷେଇ କରୁଥିଲେ। ହଠାତ୍ ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗିଯାଇଥିଲା। ଫଳରେ ଦୋକାନରେ ଥିବା ସାମଗ୍ରୀ ପୋଡ଼ି ଯାଇଥିଲା। ସେ ନିଆଁ ଲିଭାଇବାକୁ ଯାଇ ଆହତ ହୋଇଥିଲେ। ଖବର ପାଇ ଆଠମଲ୍ଲିକ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ସହିତ ରବୀନ୍ଦ୍ରଙ୍କୁ ଚିକିତ୍ସା ପାଇଁ ଆଠମଲ୍ଲିକ ଡାକ୍ତରଖାନାକୁ ପଠାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର