ରାଉରକେଲାରେ ଭର୍ଚୁଆଲ ହାଇକୋର୍ଟ ଉଦ୍‌ଘାଟିତ

ରାଉରକେଲା: ଦୀର୍ଘ ଦିନ ପ୍ରତିକ୍ଷାର ପୂର୍ଣ୍ଣଚ୍ଛେଦ ପଡିଛି। ଉଦିତନଗରସ୍ଥ ନୂତନ କୋର୍ଟ ବିଲ୍‌ଡିଂରେ ଭର୍ଚୁଆଲ କୋର୍ଟ ଉଦ୍‌ଘାଟିତ ହୋଇଯାଇଛି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭର୍ଚୁଆଲ କୋର୍ଟକୁ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିଙ୍କ ଭର୍ଚୁଆଲରେ ଉପସ୍ଥିତ ଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ଦୌରାଜଜ୍‌ ଶୁଭଦର୍ଶୀ ପଟ୍ଟନାୟକ, ରାଉରକେଲା ଅତିରିକ୍ତ ଜିଲ୍ଲାଜଜ୍‌ ଡ. ଭି. ସୁଜାତା, ଅନ୍ୟତମ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ମନୋଜ କୁମାରଙ୍କ ସମେତ ଅନ୍ୟ ସମସ୍ତ ଜୁଡିସିଆଲ୍‌ ଅଫିସର ଉପସ୍ଥିତ ଥିଲେ।

ଓକିଲ ସଂଘର ସଭାପତି ସୁରେଶ ଚନ୍ଦ୍ର ମାଝି, ଉପସଭାପତି ସଦାନନ୍ଦ ସାହୁ, ସମ୍ପାଦକ ଅକ୍ଷୟ ସାହୁ, ସହ ସମ୍ପାଦକ ମାନସ ପଣ୍ଡା, ଭାରତଭୂଷଣ ପାଣ୍ଡେ, କୋଷାଧ୍ୟକ୍ଷ ଶ୍ରୀନିବାସ ପଣ୍ଡା, ପଦ୍ମିନୀ ଦାଶଙ୍କ ସମେତ ବରିଷ୍ଠ ଆଇନଜୀବୀ ପଙ୍କଜ ଦାଶ, ଦଣ୍ଡପାଣି ଚୌଧୁରୀ, ଗିରିଶ ମହାପାତ୍ର, ରବି ମିଶ୍ର, ସତ୍ୟ ଶର୍ମା, ଆରତୀ ଚୌଧୁରୀ, ପ୍ରମୋଦ ଦେବତା, ବବିତା ମହାପାତ୍ର, ଅନିତା ଦାଶ, ଦେବନନ୍ଦ ତନ୍ତୀ, ପ୍ରମିଳା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର