କୋଇଲା ବୋଝେଇ ଟ୍ରେଲର ଧକ୍କାରେ ଯୁବକଙ୍କ ମୃତ୍ୟୁ, ଗ୍ରାମବାସୀଙ୍କ ରାସ୍ତାରୋକ

ସୁନ୍ଦରଗଡ଼: ସଦର ଥାନା ମହୁଲପାଲିର ଇଣ୍ଡଷ୍ଟ୍ରି ଛକରେ ଶୁକ୍ରବାର ଅପରାହ୍ନ ୩ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ହେମଗିର ଆଡ଼ୁ ଦ୍ରୁତଗତିରେ ଆସୁଥିବା ଏକ କୋଇଲା ବୋଝେଇ ଟ୍ରେଲର ବାଇକକୁ ଧକ୍କା ଦେଇଥିଲା, ଯାହା ଫଳରେ ବାଇକ ଆରୋହୀ କିରେଇ ଅଞ୍ଚଳର ଜଣେ ଯୁବକ ନିରଞ୍ଜନ ଧୃଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣା ପରେ ଟ୍ରେଲର ଚାଳକ ଘଟଣାସ୍ଥଳରୁ ଦୌଡ଼ି ପଳାଇଯାଇଛି।

ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଶବକୁ ରାସ୍ତା ଉପରେ ରଖି ଆନ୍ଦୋଳନ କରିଛନ୍ତି। ଫଳରେ ଉଭୟ ସୁନ୍ଦରଗଡ଼-ହେମଗିର ଏମସିଏଲ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଟ୍ରକ ଠିଆ ହୋଇରହିଛି। ଘଟଣାସ୍ଥଳରେ ସଦର ପୁଲିସ ଓ ପ୍ରଶାସନ ପହଞ୍ଚି ବୁଝାସୁଝା କରୁଛନ୍ତି। କିନ୍ତୁ ରାସ୍ତାରୋକ ହଟିନାହିଁ। ଉଲ୍ଲେଖଯୋଗ୍ୟ, ବିବାଦ ମଧ୍ୟରେ ଏମସିଏଲର କୋଲ କରିଡର ରାସ୍ତାଟି ଅଧାପନ୍ତରିଆ ହୋଇ ପଡ଼ି ରହିଥିବା ଯୋଗୁଁ ସୁନ୍ଦରଗଡ଼-ଏମସିଏଲ ରାସ୍ତାରେ ଦୁର୍ଘଟଣା ଏକ ନିତିଦିନିଆ ଘଟଣା ହୋଇ ଯାଇଛି।

ସମ୍ବନ୍ଧିତ ଖବର