ଟ୍ରେନ୍‌ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ରାଇରଙ୍ଗପୁର: ଟ୍ରେନ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଟାଟା-ବାଦାମପାହାଡ଼ ସାନ୍ଧ୍ୟକାଳୀନ ଟ୍ରେନ୍‌ ଟାଙ୍ଗରଯୋଡ଼ା ନିକଟରେ ଯୁବକଙ୍କୁ ଧକ୍କା ଦେଇଛି। ମୃତ ଯୁବକ ହେଲେ ଦୁଲା ଯାମୁଡା (୨୦)।

ସୂଚନା ଅନୁଯାୟୀ ଟାଟା-ବାଦାମପାହାଡ଼ ସାନ୍ଧ୍ୟକାଳୀନ ଟ୍ରେନ୍‌ଟି ବହଳଦା ରୋଡ୍ ଷ୍ଟେସନ ଅତିକ୍ରମ କରିବା ପରେ ଅଁଳାଯୋଡି ଜଙ୍କସନ୍ ପହଂଚିବା ପୂର୍ବରୁ ଟାଙ୍ଗରଯୋଡ଼ା ନିକଟରେ ଜଣେ ଯୁବକ ହଠାତ୍ ଟ୍ରେନ୍ ସମ୍ମୁଖକୁ ଆସିଯିବାରୁ ସେ କୋଟିଯାଇ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଯୁବକ ଜଣକ ଟାଙ୍ଗରେଯାଡା ଗ୍ରାମର ବେଙ୍ଗଲି ଯାମୁଡାଙ୍କ ପୁଅ ଦୁଲା ଯାମୁଡ଼ା ବୋଲି ଜଣାପଡିଛି। ସେ ସନ୍ଧ୍ୟାବେଳେ ଶୌଚ ପାଇଁ ଗ୍ରାମ ପାର୍ଶ୍ବରେ ଥିବା ରେଳ ଧାରଣା ନିକଟକୁ ଯାଇଥିବା ସମୟରେ ଉକ୍ତ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ରେଳବାଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

 

ସମ୍ବନ୍ଧିତ ଖବର