ନାଳ ପାର ହେଲାବେଳେ ଭାସିଗଲେ ୩ ଯୁବକ: ୨ ବର୍ତ୍ତିଗଲେ, ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ଗତକାଲି ରାତି ୧୦ଟାରେ ସଦର ଥାନା କରମଡିହି ନିକଟ ଫଟାଟାଙ୍ଗର ଗାଁରେ ଘଟିଥିଲା ଅଘଟଣ। ୩ ଜଣ ଯୁବକ ବାଇକରେ ଭରା ନାଳ ପାର ହେଉଥିବାବେଳେ ଭାସିଗଲେ। କୌଣସିମତେ ୨ ଜଣ ପହଁରି ଚାଲି ଆସିଥିବାବେଳେ, ଜଣେ ନିଖୋଜ ହୋଇଯାଇଥିଲେ। ସାରା ରାତି ପୁଲିସ ଉପସ୍ଥିତିରେ ଅଗ୍ନିଶମ ବାହିନୀର କସରତ ପରେ ଆଜି ସକାଳୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।

ମୃତ ଯୁବକ ହେଲେ ଫଟାଟାଙ୍ଗରର କୈଳାସ ବୁଡ। ଉଦ୍ଧାର ଯୁବକଙ୍କ ମଧ୍ୟରୁ ଜଣେ ସେହି ଗାଁର ରମେଶ ଟପ୍ପୋ। ଅନ୍ୟ ଜଣେ ନିକଟସ୍ଥ ଝାକର ଗାଁର ସମେଲ ଏକ୍କା। ୩ ଜଣ ବାଇକରେ ରପଟା ପାର ହେଉଥିଲେ। ରପଟା ଉପରେ ପାଣିର ପ୍ରଖର ସୁଅ ଛୁଟୁଥିଲା। ସେଥିରେ ଫସି ସେମାନେ ଭାସି ଯାଇଥିଲେ। ଖବର ପାଇ ଦମକଳ ବାହିନୀ ଓ ପୁଲିସ ପହଞ୍ଚି ଉଦ୍ଧାର ପ୍ରକ୍ରିୟା ଜାରି ରଖିଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି ପୁଲିସ।

ସମ୍ବନ୍ଧିତ ଖବର