୧୭ ବର୍ଷୀୟା ବାଳିକା ନିର୍ମାଣ କଲେ ବିଶ୍ୱର ହାଲୁକା ଉପଗ୍ରହ, ବାୟୁ ପ୍ରଦୂଷଣ ଅନୁଧ୍ୟାନ କରିବା ସହ ପ୍ରଦାନ କରିବ ସତର୍କ ସୂଚନା
ଚେନ୍ନାଇ (ତାମିଲନାଡ଼ୁ): ତାମିଲନାଡ଼ୁ ତ୍ରିଚୀର ଜନୈକା ୧୭ ବର୍ଷ ବର୍ଷୀୟା ବାଳିକା କେ ଏ ଭିଲେଟ୍ ଓଭିୟା ସଂପୂର୍ଣ୍ଣ ଏକାକିନୀ ଭାବେ, ନିଜସ୍ୱ ଉଦ୍ୟମ ଓ ଜ୍ଞାନକୌଶଳରେ ବିଶ୍ୱର ସବୁଠାରୁ ହାଲୁକା ଉପଗ୍ରହ (ସାଟେଲାଇଟ) ଉଦ୍ଭାବନ କରିବା ଘଟଣା ସଂପ୍ରତି ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଏଇ ନିକଟରେ ଭାରତକୁ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ଦେଶ ରୂପେ ଘୋଷଣା କରିଥିବା ବେଳେ କୁନି ବୈଜ୍ଞାନିକ ଓଭିୟାଙ୍କର ଏହି ନୂତନ ଉଦ୍ଭାବନ ଦେଶ ପାଇଁ ଏକ ବରଦାନ ସଦୃଶ ହେବ। କାରଣ, ଓଭିୟା ଯେଉଁ ଉପଗ୍ରହ ବା ସାଟେଲାଇଟ୍ର ଉଦ୍ଭାବନ କରିଛନ୍ତି, ତାହା ବାୟୁ ପ୍ରଦୂଷଣ ସଂପର୍କରେ ଅନୁଧ୍ୟାନ କରିବା ସହ ସେ ସଂପର୍କରେ ଲୋକଙ୍କୁ ସଚେତନ କରାଇବ। ଏହି ସାଟେଲାଇଟରେ ଓଭିୟା ବିଭିନ୍ନ ପ୍ରକାରର ଏକାଧିକ ସେନ୍ସର ଲଗାଇଛନ୍ତି, ଯାହାକି ବାୟୁର ବିଭିନ୍ନ ରୂପରେଖ ସଂପର୍କରେ ସୂଚନା ପ୍ରଦାନ କରିବ; ଯେପରିକି ଉତ୍ତାପ, ଚାପ, ଗୁଣବତ୍ତା, ସାନ୍ଧ୍ରତା, କାର୍ବନ ମନୋକସାଇଡ୍, କାର୍ବନ ଡାଇଅକ୍ସାଇଡ୍, ଅକ୍ସିଜେନ୍ ଇତ୍ୟାଦିର ମାତ୍ରା ସଂପର୍କରେ ନିର୍ଭୁଲ ତଥ୍ୟ ପ୍ରଦାନ କରିବ।
We are invited to the Secretariat & Felicitated by Hon.Chief Minister & https://t.co/wAkE2bw5IZ Minister of Tamil Nadu for our Youth Empowerment Initiatives over the past 4 years of Ignite IndiaVillet Oviya Ezham Arivu contestant & Creator of ANITHA-SAT receiving the award pic.twitter.com/oQHecnJ7Ic
— Agni Foundation (@Agnifoundations) April 2, 2018
ଓଭିୟା ତାଙ୍କର ଏହି ସାଟେଲାଇଟର ନାମ ଅନୀତା- ସାଟ୍ ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ଅନୀତା ଥିଲେ ଓଭିୟାଙ୍କର ଜନୈକା ଘନିଷ୍ଠ ବାନ୍ଧବୀ। ତେବେ, ଏନ୍ଇଇଟି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନପାରି ଅନୀତା ଆତ୍ମହତ୍ୟା କରି ଦେଇଥିଲେ। ତେଣୁ, ଅନୀତାଙ୍କ ସ୍ମୃତିରେ ଓଭିୟା ତାଙ୍କର ଏହି ଉଦ୍ଭାବନର ନାମ ରଖିଛନ୍ତ୍ି ‘ଅନୀତା- ସାଟ୍’। ସଂପ୍ରତି ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଥିବା ଓଭିୟା ଭବିଷ୍ୟତରେ ଜଣେ ଡାକ୍ତର ହେବାପାଇଁ ଲକ୍ଷ୍ୟ ରଖିଛନ୍ତି।