କଟକ: କଟକର ବିଭିନ୍ନ ପଡ଼ିଆରେ ଶନିବାରଠୁ ବରିଷ୍ଠ ମହିଳା ଦିନିକିଆ କ୍ରିକେଟ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଲିଟ୍ ଗ୍ରୁପ୍ ସି’ ଓ ପ୍ଲେଟ୍ ଗ୍ରୁପ୍ର ମ୍ୟାଚ୍ଗୁଡ଼ିକ ଏଠାରେ ଖେଳାଯିବ। ଏଲିଟ୍ ଗ୍ରୁପ୍ରେ ସ୍ଥାନ ପାଇଥିବା ଓଡ଼ିଶା ୮ଟି ମ୍ୟାଚ୍ ଖେଳିବ। ୧ ତାରିଖରେ ନିମପୁର ପଡ଼ିଆରେ ହାଇଦ୍ରାବାଦ, ୩ ତାରିଖରେ ବୋସ୍ ପଡ଼ିଆରେ ଉତ୍ତରପ୍ରଦେଶ, ୫ ତାରିଖରେ ସନ୍ସାଇନ୍ ପଡ଼ିଆରେ ଝାଡ଼ଖଣ୍ତ, ୬ ତାରିଖରେ ସନ୍ସାଇନ୍ ପଡ଼ିଆରେ ଆସାମ, ୧୦ ତାରିଖରେ ନିମପୁର ପଡ଼ିଆରେ ମଧ୍ୟପ୍ରଦେଶ, ୧୪ ତାରିଖରେ ସନ୍ସାଇନ ପଡ଼ିଆରେ ରାଜସ୍ଥାନ, ୧୬ ତାରିଖରେ ନିମପୁର ପଡ଼ିଆରେ ହିମାଚଳ ପ୍ରଦେଶ ଓ ୨୦ ତାରିଖରେ ବୋସ୍ ପଡ଼ିଆରେ ଜମ୍ମୁ କାଶ୍ମୀର ବିପକ୍ଷରେ ଓଡ଼ିଶା ଖେଳିବ। ଏହାବ୍ୟତୀତ ରେଭେନ୍ସା ବିଶ୍ବବିଦ୍ୟାଳୟ ପଡ଼ିଆରେ ପ୍ଲେଟ୍ ଗ୍ରୁପ୍ର ମ୍ୟାଚ୍ଗୁଡ଼ିକ ଅନୁଷ୍ଠିତ ହେବ। ମେଘାଳୟ, ମିଜୋରାମ, ବିହାର, ଉତ୍ତରାଖଣ୍ତ, ନାଗାଲାଣ୍ତ, ପଣ୍ତିଚେରୀ, ଅରୁଣାଚଳ ପ୍ରଦେଶ, ମଣିପୁର, ସିକିମ୍ ପ୍ଲେଟ୍ ଗ୍ରୁପ୍ରେ ସ୍ଥାନ ପାଇଥିଲା ବେଳେ ରେଭେନ୍ସାର ଦୁଇଟି ପଡ଼ିଆ ଓ କିଟ୍ ବିଶ୍ବବିଦ୍ୟାଳୟରେ ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ରହିଛି। କଟକରେ ମୋଟ ୬୦ ଓ କିଟ୍ରେ ୧୨ଟି ମ୍ୟାଚ୍ ଖେଳାଯିବ।