ଲଣ୍ଡନ: ବିଶ୍ବକପ୍ର ପ୍ରଥମ ମ୍ୟାଚ୍ ଲାଗି ଭାରତୀୟ ଦଳ ସଜବାଜ ହେଉଥିଲା ବେଳେ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କର ସୋମବାର ଡୋପ୍ ପରୀକ୍ଷଣ ହୋଇଛି। ଭାରତୀୟ ଦଳ ସାଉଥମ୍ପଟନର ରୋଜ୍ ବାୱଲଠାରେ ଅଭ୍ୟାସ କରୁଥିଲା ବେଳେ ଡୋପ୍ ନିୟନ୍ତ୍ରଣ ଅଧିକାରୀମାନେ ସେଠାରେ ପହଞ୍ଚି ବୁମରାଙ୍କ ରକ୍ତ ଓ ମୁତ୍ର ନମୁନା ସଂଗ୍ରହ କରିଥିଲେ। ଦୁଇଟି ଅଧିବେଶନର ପ୍ରଥମ ପରୀକ୍ଷଣରେ ବୁମରାଙ୍କ ମୁତ୍ର ନମୁନାର ପରୀକ୍ଷା କରାଯାଇଥିଲା। ୪୫ ମିନିଟ୍ ପରେ ତାଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ଆଇସିସି ପ୍ରତିଯୋଗିତାରେ ପ୍ରତ୍ୟେକ ଦେଶର ଖେଳାଳିଙ୍କୁ ଏଭଳି ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବୁମରାଙ୍କୁ ଡୋପ୍ ପରୀକ୍ଷଣ ପାଇଁ ନିଆଯାଇଥିବା ବିସିସିଆଇ ସ୍ବୀକାର କରିଛି। ହେଲେ ଅନ୍ୟ କେଉଁ ଖେଳାଳିଙ୍କର ପରୀକ୍ଷା ହୋଇଛି କି ନାହିଁ ସେ ବିଷୟରେ କିଛି କହିନାହିଁ।