ବର୍ମିହାମ : ବର୍ମିହାମର ଏଜବାଷ୍ଟନଠାରେ ଚାଲିଥିବା ଭାରତ-ବାଂଲାଦେଶ ମ୍ୟାଚରେ ଭାରତ ନିଜର ସ୍ଥିତିକୁ ସୁଦୃଢ କରିଛି । ଏଥିରେ ଭାରତୀୟ ଦଳର ପ୍ରଦର୍ଶନ ଦେଖି ଦର୍ଶକ ଝୁମି ଉଠିଛନ୍ତି। କ୍ରିକେଟ ପ୍ରଶଂସକ ନିଜ ଷ୍ଟାର ଖେଳାଳିଙ୍କୁ ପଡିଆରେ ଚୌକା-ଛକା ମାରୁଥିବା ଦେଖିବା ପରେ ଖୁସିରେ ଝୁମି ଉଠିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବର୍ମିହାମର ଏଜବାଷ୍ଟନଠାରେ ଚାଲିଥିବା ଭାରତ-ବାଂଲାଦେଶ ମ୍ୟାଚ ସମୟରେ ଜଣେ ବୃଦ୍ଧା ମହିଳା ପ୍ରଶଂସକ ସମସ୍ତଙ୍କ ଦୃଷ୍ଟିଗୋଚର ହୋଇଥିଲେ। ଭାରତୀୟ କ୍ରିକେଟ ଟିମ୍କୁ ସେ ଅତି ଖୁସିର ସହ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ଖେଳାଳି ଯେତେବେଳେ ଚୌକା-ଛକା ମାରୁଥିଲେ ସେ ହୁଇସିଲ୍ ବଜାଇ ସେମାନଙ୍କୁ ଉତ୍ସାହିତ କରୁଥିଲେ। କିଛି ସମୟ ମଧ୍ୟରେ ସୋସିଆଲ ମିଡିଆ ଏହି ବୃଦ୍ଧା ପଶଂସକଙ୍କ ଫଟୋ ଭାଇରାଲ୍ ହୋଇ ଯାଇଛି। ସେ ଭାରତୀୟ କ୍ରିକେଟ ଟିମ୍ର ବିଜୟୀ ପାଇଁ ପ୍ରାର୍ଥନା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଆଇସିସି ବିଶ୍ୱକପ୍ରେ ୪୦ତମ ମ୍ୟାଚ୍ରେ ମଙ୍ଗଳବାର ଭାରତ ନିର୍ଦ୍ଧାରି ୫୦ ଓଭରରେ ୯ଟି ଓ୍ଵିକେଟ ହରାଇ ୩୧୪ ରନ୍ ସଂଗ୍ରହ କରିବା ପରେ ବାଂଲାଦେଶକୁ ୩୧୫ ରନ୍ ଟାର୍ଗେଟ ଦେଇଛି। ବର୍ମିହାମର ଏଜବେଷ୍ଟନ୍ ଷ୍ଟାଡିୟମରେ ଟସ୍ ଜିଣି ଭାରତ ବ୍ୟାଟିଂ କରିଥିଲା। ଭାରତର ଓପନର ଲୋକେଶ ରାହୁଲ ଓ ରୋହିତ ଶର୍ମା ପ୍ରଥମ ଓ୍ଵିକେଟରେ ଶତକୀୟ ଭାଗିଦାରୀ (୧୮୦ ରନ୍) ହୋଇଥିଲେ। ରୋହିତ ଶର୍ମା (୧୦୪ ରନ୍, ୯୨ ବଲ, ୭ ଚୌକା, ୫ ଚୌକା ) ସୌମ୍ୟ ସରକାରଙ୍କ ବଲ ଲିଟନ ଦାସକୁ କ୍ୟାଚ୍ ଦେଇ ପାଭଲିଅନ ଫେରିଥିଲେ।