ସିଡ଼ିଏରେ ସ୍ବେରେଜ ପାଇପ ଭାଙ୍ଗିଯିବାରୁ ଦବୁଛି ଘର କାନ୍ଥ; ୩ ପରିବାର ବିପଦରେ
;
କଟକ: ସିଡିଏ ସେକ୍ଟର ୧୦ ଅଞ୍ଚଳରେ ରାସ୍ତାରେ ଥିବା ସ୍ବେରେଜ ଲାଇନ୍ ଅଚାନକ ଭାଙ୍ଗିଯିବା କାରଣରୁ ତା’ ନିକଟରେ ଥିବା ତିନୋଟି ତିନି ମହଲା ଘର ପ୍ରଭାବିତ ହୋଇଛି। ସେକ୍ଟର ୧୦ ପ୍ଳଟ ନଂ ସି/୯୮ରେ ଇଂ ସତ୍ୟ ନାରାୟଣ ସାହୁ ପ୍ଲଟ ନମ୍ବର ସି /୯ ୯ରେ ଡାକ୍ତର ବିବେକାନନ୍ଦ ସ୍ୱାଇଁ ଏବଂ ପ୍ଲଟ ନଂ ସି/୧୦୦ରେ ନାରାୟଣ ନାଏକ ପ୍ରମୁଖ ଘର କରି ରହୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେମାନଙ୍କ ପାଚେରି କଡ଼ରେ ଯାଇଥିବା ସ୍ବେରେଜ ଲାଇନ ଭାଙ୍ଗିଯିବା ହେତୁ ଏହି ତିନି ଜଣଙ୍କ ପାଚେରି ପ୍ରଥମେ ଦବି ଯାଇଥିଲା। ଫଳରେ ପାଚେରି ତିନୋଟି ଗୋଟିଏ ପଟକୁ ଢଳିବାକୁ ଆରମ୍ଭ କରିଥିଲା। ଘରମାଲିକମାନେ ଏନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣିଲେ ନାହିଁ। ଓଲଟା କିଛି କରିପାରିବେ ନାହିଁ ବୋଲି ଉତ୍ତର ମିଳିଲା।
ଅନ୍ୟପଟେ ୧୫ଦିନ ହେଲା ମରାମତି ନ ହେବା କାରଣରୁ ବର୍ଷାରେ ଭିତର ପଟୁ ବାଲି ସବୁ ଧୋଇଯାଇ ଧିରେ ଧିରେ ଘର କାନ୍ଥ ମୂଳରୁ ମାଟି ବାଲି ସବୁ ଖସିବା ସହ ଘର କାନ୍ଥ ଦବିବାକୁ ଆରମ୍ଭ କରିଛି। ଏଭଳି ସ୍ଥିତିରେ ୩ଟି ପରିବାର ଏବେ ଆତଙ୍କିତ ଅବସ୍ଥାରେ ଦିନ କାଟୁଥିବା ବେଳେ କେତେବେଳେ ଯେ କି ପ୍ରକାର ଅଘଟଣ ଘଟିବ ସେକଥା କହିହେବନି। ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରା ନ ଗଲେ ପରିସ୍ଥିତି ଭୟଙ୍କର ହେବା ଆଶଙ୍କା କରାଯାଉଛି।