ଭୁବନେଶ୍ୱର: ଗୋଟିଏ ମିନିଟ ବି ନିଦ ହେଉନି | ନିଦ ହେଉନଥିବାରୁ ବହୁତ କଷ୍ଟ ଲାଗୁଛି, କିଛି କରିବାକୁ ଇଚ୍ଛା ହେଉନି | ଏଥିରେ କାହାର ଦୋଷ ନାହିଁ, ପୁଲିସ କାହାରିକୁ ହଇରାଣ କରନ୍ତୁନି’ | ରାଜଧାନୀରେ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା | ମୃତଦେହ ମିଳିଥିବା ହଷ୍ଟେଲ ରୁମରୁ ମିଳିଲା ଏକ ହାତ ଲେଖା ଚିଠି | ଆଉ ଏଥିରେ ନିଦ ନ ହେବାରୁ ଆତ୍ମହତ୍ୟା କରୁଥିବାର ଲେଖାଯାଇଛି | ତେବେ ହାତ ଲେଖାଟି ମୃତ ଛାତ୍ରୀଙ୍କର କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ |
Sambad is now on WhatsApp
Join and get latest news updates delivered to you via WhatsApp
ହାତଲେଖା ମେଳକ ପାଇଁ ପୁଲିସ ଚିଠିଟିକୁ ଲ୍ୟାବକୁ ପଠାଇବ ବୋଲି ଜଣାପଡିଛି | ସୂଚନା ଥାଉ କି ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଯୁବତୀ ଆତ୍ମହତ୍ୟା କରିଥିଲେ । ଯୁବତୀ ଜଣକ ନର୍ସିଂ ଛାତ୍ରୀ ହୋଇଥିବାବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିଲା । ପୁଲିସ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିବାବେଳେ ଏୟାରଫିଲଡ଼ ଥାନା ବରକୁଦା ଅଞ୍ଚଳରେ ଏହି ଘଟଣା ଘଟିଥିଲା । ମୃତ ଛାତ୍ରୀଙ୍କ ନାମ କୁନି କୁ୍ଅଁର ଓ ତାଙ୍କ ଘର ବଲାଙ୍ଗୀରରେ ବୋଲି ସୂଚନା ମିଳିଥିଲା।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ ମୃତା ନର୍ସିଂର ପ୍ରଥମ ବର୍ଷର ଛାତ୍ରୀ କୁନି ଦୁଇଦିନ ଧରି ମାନସିକ ଚାପରେ ଥିଲେ। ଏନେଇ ହଷ୍ଟେଲ କର୍ତ୍ତୃପକ୍ଷ ଘର ଲୋକକୁ ଫୋନ କରି ଜଣାଇ ଥିଲେ।ତାଙ୍କୁ ଆସିକି ନେଇଯିବାକୁ ବି କୁହାଯାଇଥିଲା। କିନ୍ତୁ ତୁରନ୍ତ ଆସିବା ବ୍ୟବସ୍ଥା ନଥିବାରୁ ସେମାନେ ଆସିନଥିଲେ। ରୁମରେ କେହି ନଥିବା ବେଳେ କୁନି ଆତ୍ମହତ୍ୟା କରିଥିଲେ।