ଏଣିକି ଇନ୍‌ଷ୍ଟାଗ୍ରାମରେ ଭିଡିଓ ଚାଟ, ଅଶ୍ଳୀଳ କମେଣ୍ଟ୍‌କୁ ଡିଲିଟ୍‌ କରିଦେବ କମ୍ପାନି

ନୂଆଦିଲ୍ଳୀ: ଲୋକପ୍ରିୟ ଫଟୋ ସେୟାରିଂ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ ଏଣିକି ଭିଡିଓ ଚାଟର ସୁବିଧା ଉପଲବ୍ଧ ହେବ ବୋଲି ଫେସ୍‌ବୁକ ଘୋଷଣା କରିଛି। ଏହାବ୍ୟତୀତ ଆହୁରି ଦୁଇଟି ନୂଆ ଫିଚର୍‌ ମଧ୍ୟ ଲଞ୍ଚ ହୋଇଥିବା ସୂଚନା ରହିଛି। ଫେସ୍‌ବୁକ୍‌ର ସହ ନିର୍ମାତା ତଥା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି କି ‘କେତେକ ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାରକାରୀ ସାଙ୍ଗମାନଙ୍କ ସହ ଚାଟ କରିବା ପାଇଁ ଲାଇଭ୍‌ ଭିଡିଓ ଫ୍ଲାଟଫର୍ମ ବ୍ୟବହାର କରି ପୂର୍ବରୁ ହିଁ ଏହାର ମଜା ନେଇ ସାରିଛନ୍ତି।’

ଇନ୍‌ଷ୍ଟାଗ୍ରାମ୍‌ ଲଞ୍ଚ କରିଥିବା ଅନ୍ୟ ଏକ ନୂଆ ଫିଚର୍‌ ହେଉଛି ବ୍ୟବହାରକାରୀଙ୍କୁ ଅଶ୍ଳୀଳ କମେଣ୍ଟ୍‌ରୁ ବଞ୍ଚାଇବ। ଯଦି କେହି କାହାର ଫଟୋରେ କାହାରି ସୌନ୍ଦର୍ଯ୍ୟ କିମ୍ବା ଚରିତ୍ର ନେଇ କିଛି କମେଣ୍ଟ କରନ୍ତି ତେବେ ଇନ୍‌ଷ୍ଟାଗ୍ରାମ୍‌ କମ୍ପାନି ପକ୍ଷରୁ ସେହି କମେଣ୍ଟକୁ କାଟି ଦିଆଯିବ। କେବଳ ଚରିତ୍ର ବା ସୌନ୍ଦର୍ଯ୍ୟ ନୁହେଁ ବରଂ କାହାକୁ କୌଣସି ପ୍ରକାରର ଧମକ ବା କଷ୍ଟ ଲାଗିବା ପରି କମେଣ୍ଟ ଦେଖିଲେ ମଧ୍ୟ କମ୍ପାନି ତାହାକୁ ଆକାଉଣ୍ଟ୍‌ରୁ ଉଡ଼ାଇ ଦେବ ବୋଲି ଇନ୍‌ଷ୍ଟାଗ୍ରାମ୍‌ ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଛି।

କମ୍ପାନି ପକ୍ଷରୁ ଏହି ଘୋଷଣା ସାନ୍‌ ଜୋସିରେ ହେଉଥିବା ଏଫ୍‌୮ ଡେଭ୍‌ଲପର୍‌ ସମ୍ମିଳନୀରେ ହୋଇଛି। ଏହି ସମ୍ମିଳନୀରେ କମ୍ପାନି ପକ୍ଷରୁ ନୂଆ ଫିଚର୍‌ ଗ୍ରୁପ୍‌ ଭିଡିଓ ଚାଟ ବିଷୟରେ ବି ଘୋଷଣା ହୋଇଛି।

ସମ୍ବନ୍ଧିତ ଖବର