କନେଷ୍ଟବଳ ପଦବି ପାଇଁ ଗୋଟିଏ କୋଠରୀରେ ଚାଲୁଛି ପୁରୁଷ ଓ ମହିଳା ପ୍ରାର୍ଥୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ଭୋପାଳ: ମଧ୍ୟପ୍ରଦେଶ ପୁଲିସ କନେଷ୍ଟବଳ ପଦବି ପାଇଁ ଧର୍‌ ଜିଲ୍ଲାରେ ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଥିବା ବେଳେ ପୁଣି ଏକ ବିବାଦୀୟ ଫଟୋ ସାମ୍ନାକୁ ଆସିଛି। ଗୋଟିଏ କୋଠରୀରେ ଉଭୟ ପୁରୁଷ ଓ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। କେବଳ ଏତିକି ନୁହେଁ, ମହିଳାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ କୌଣସି ମହିଳା ଡାକ୍ତର ବି ସେଠାରେ ଉପସ୍ଥିତ ନ ଥିବା ସୂଚନା ମିଳିଛି। ସାମ୍ନାକୁ ଆସିଥିବା ଫଟୋରେ ଦେଖିବାକୁ ମିଳୁଛି ପୁରୁଷ ପ୍ରାର୍ଥୀଙ୍କ ପୋଷାକ ଓହ୍ଲାଇ ମହିଳାଙ୍କ ସମ୍ମୁଖରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି।

ନିକଟରେ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ପ୍ରାର୍ଥୀଙ୍କ ଛାତିରେ ଜାତିଗତ ମୋହରକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ପ୍ରାର୍ଥୀଙ୍କ ଛାତିରେ ଏସ୍‌ସି/ଏସ୍‌ଟି ମୋହର ମରାଯାଇଥିଲା। ତେବେ ପ୍ରାର୍ଥୀଙ୍କ ଛାତିରେ ଏଭଳି ଜାତିଗତ ମୋହର ଏକ ଅପରାଧିକ କାର୍ଯ୍ୟ ଓ ସମ୍ବିଧାନର ଉଲ୍ଲଂଘନ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଥିଲା।

ମିଳିଥିବା ଖବର ମୁତାବକ, କନେଷ୍ଟବଳ ପରୀକ୍ଷାରେ ପ୍ରାର୍ଥୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା। ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ଉଚ୍ଚତା ଓ ଓଜନ ନିିର୍ଦ୍ଧାରଣ ସୀମା ଭିନ୍ନ ଭିନ୍ନ ରହୁଥିବାରୁ ଏଥିରେ ସୁବିଧା ପାଇଁ ଏସ୍‌ସି/ଏସଟି ବର୍ଗର ପ୍ରାର୍ଥୀଙ୍କ ଛାତିରେ ସେମାନଙ୍କର ବର୍ଗ ଲେଖି ଦିଆଯାଇଥିଲା।

ସମ୍ବନ୍ଧିତ ଖବର