ବଜାରରେ ଭିଭୋ ୱାଇ୫୩-ଆଇ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ : ଚାଇନିଜ୍‌ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍‌ ସ୍ମାର୍ଟଫୋନ୍‌ ୱାଇ୫୩-ଆଇର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଫୋନ୍‌ ଯୁବବର୍ଗଙ୍କ ସେଲ୍‌ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଏଥିରେ ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ ଦକ୍ଷତା ଭିତିରେ ପ୍ରସ୍ତୁତ କରାଯାଇଛି। ଏଥିରେ ୧୨.୭ ସେମି ସ୍କ୍ରିନ୍‌ ଡିସ୍‌ପ୍ଲେ, ଫେସ୍‌ଆକ୍ସେସ୍‌, ୮ଏମ୍‌ପି ପଛ କ୍ୟାମେରା, ୫ ଏମ୍‌ ପି ସେଲଫି କ୍ୟାମେରା, ୨ଜିବି ରାମ୍‌, ୧୬ ଜିବି ରମ୍‌, ୨୫୬ ଜିବି ପର୍ଯ୍ୟନ୍ତ ଏକ୍ସଟରନାଲ ମେମୋରୀ, କ୍ୱାଲକମ୍‌ ସ୍ନାପଡ୍ରାଗନ ୪୨୫, ୨୫୦୦ଏମ୍‌ଏଏଚ୍‌ ବ୍ୟାଟେରୀ , ଅଲଟ୍ରା ଏଚଡି ଫଟୋ କ୍ୟାପଚରିଂ ଜ୍ଞାନକୌଶଳ ଆଦି ବୈଶିଷ୍ଟ୍ୟ ରହିଛି। ଏହା କ୍ରାଉନ୍‌ ଗେ୍‌ାଲ୍ଡ ଏବଂ ମେଟ୍‌ ବ୍ଳାକ୍‌ ରଙ୍ଗରେ ସମସ୍ତ ଅଫ୍‌ ଲାଇନ୍‌ ଷ୍ଟୋରରେ ଉପଲବ୍ଧ ହେବ। ଏହାର ମୂଲ୍ୟ ୭,୯୯୦ ଟଙ୍କା ରହିଛି ।

ଭିଭୋ ସାମ୍ପ୍ରତିକ କ୍ୟାମେରା ଜ୍ଞାନକୌଶଳରେ ଏକ ନୂତନ କ୍ଷେତ୍ର ସୃଷ୍ଟି କରିବା ସହିତ କ୍ୟାମେରାର ଅଭିଜ୍ଞତାକୁ ବିଶେଷ ରୁଦ୍ଧିମନ୍ତ କରିବାକୁ ସକ୍ଷମ ହେବ। ଆମ୍ଭେ ନିଶ୍ଚିତ ଯେ, ଏହି ୱାଇ୫୩-ଆଇ ସ୍ମାର୍ଟଫୋନ୍‌ ନୂତନ ବେଞ୍ଚମାର୍କ ସୃଷ୍ଟି କରିବାକୁ ସକ୍ଷମ ହେବ ତଥା ଗ୍ରାହକଙ୍କ ଦ୍ୱାରା ବିଶେଷ ଆଦୃତି ଲାଭ କରିବା ସହିତ ସେଲଫି ଅଭିଜ୍ଞତାକୁ ସମୃଦ୍ଧ କରାଇବ ବୋଲି କମ୍ପାନିର ସିଏମ୍‌ଓ କେନ୍ନି ଜେଙ୍ଗ୍‌ କହିଛନ୍ତି । ଏଥିରେ୮ଏମ୍‌ପି ପଛ କ୍ୟାମେରା ରହିଛି। ସେହିପରି ଏଥିରେ ୫ଏମ୍‌ପି ସେଲଫି କ୍ୟାମେରା ରହିଛି। ଏଥିରେ ଅଲଟ୍ରା ଏଚଡି ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ଉତ୍ତୋଳିତ ଫଟୋ ୩୨ ଏମ୍‌ପି ପର୍ଯ୍ୟନ୍ତ ରିଜୋଲ୍ୟୁସନ୍‌ ଦେଇଥାଏ। ଏଥିରେ ସ୍କ୍ରିନ୍‌ ଫ୍ଲାଶ୍‌ ଫିଚର ରହିଛି। ଏଥିରେ ଫେସ୍‌ ଆକ୍ସେସ୍‌ ଜ୍ଞାନକୌଶଳ ରହିଛି। ଯାହାକି ବ୍ୟବହାରକାରୀଙ୍କ ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ। ଏହା ସହିତ ଏଥିରେ ଆଖି ସୁରକ୍ଷା ବୈଶିଷ୍ଟ୍ୟ ରହିଛି ।

ସମ୍ବନ୍ଧିତ ଖବର