ଭାରତ ଜନ୍ମିତ ଅଜୟ ବଙ୍ଗା ହେବେ ବିଶ୍ବବ୍ୟାଙ୍କ ମୁଖ୍ୟ, ମନୋନୀତ କଲେ ଆମେରିକା ରାଷ୍ଟ୍ରପତି

ଓ୍ବାସିଂଟନ : ବିଶ୍ବବ୍ୟାଙ୍କ ମୁଖ୍ୟ ହେବାକୁ ଯାଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗୁରୁବାର ପୂର୍ବତନ ମାଷ୍ଟରକାର୍ଡ ସିଇଓ ଅଜୟ ପାଲ ସିଂ ବଙ୍ଗାଙ୍କୁ ବିଶ୍ୱ ବ୍ୟାଙ୍କର ମୁଖ୍ୟ ଭାବେ ମନୋନୀତ କରିଛନ୍ତି। ପୂର୍ବରୁ ଡେଭିଡ୍ ମାଲପାସ୍ ବିଶ୍ୱ ବ୍ୟାଙ୍କର ମୁଖ୍ୟ ଥିଲେ ।

ଗତ ସପ୍ତାହରେ ବିଶ୍ୱବ୍ୟାଙ୍କ ମୁଖ୍ୟ ଡେଭିଡ୍ ମାଲପାସ୍ ଇସ୍ତଫା ଘୋଷଣା କରିଥିଲେ। ଏହାପରେ ଖୁବ୍ ଶୀଘ୍ର ନୂଆ ସଭାପତି ଚୟନ ହୋଇପାରେ ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି । ନୂଆ ରାଷ୍ଟ୍ରପତିଙ୍କ ନିଯୁକ୍ତି ଉପରେ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଅଜୟ ବଙ୍ଗା ବିଶ୍ୱ ବ୍ୟାଙ୍କର ନେତୃତ୍ୱ ନେବାରେ ସକ୍ଷମ ।

ଏକ ଅଲିଖିତ ପରମ୍ପରା ଅନୁସାରେ ଆମେରିକୀୟମାନଙ୍କୁ ହିଁ ବିଶ୍ବ ବ୍ୟାଙ୍କର ମୁଖ୍ୟ ଭାବେ ଚୟନ କରାଯାଇଥାଏ ଓ ୟୁରୋପୀୟମାନଙ୍କୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ମୁଖ୍ୟ ନିଯୁକ୍ତ କରାଯାଇଥାଏ । ତେବେ ବିଶ୍ବବ୍ୟାଙ୍କ ଅଧ୍ୟକ୍ଷ ହେବାରେ ସେ ହେବେ ପ୍ରଥମ ଭାରତ ଜନ୍ମିତ ଆମେରିକୀୟ ନାଗରିକ ।

ଅଜୟ ପାଲ ସିଂ ବଙ୍ଗା ଏବେ ଜେନେରାଲ ଆଟଲାଣ୍ଟିକର ଉପାଧ୍ୟକ୍ଷ ଅଛନ୍ତି । କର୍ପୋରେଟ କ୍ଷେତ୍ରର ବିଭିନ୍ନ ଶୀର୍ଷ ପଦବୀରେ ତାଙ୍କର ବହୁ ବର୍ଷର ଅଭିଜ୍ଞତା ରହିଛି । ସେ ପୂର୍ବରୁ ମାଷ୍ଟରକାର୍ଡର ସିଇଓ ଥିଲେ ।

ବିଶ୍ୱ ବ୍ୟାଙ୍କରେ ଭାରତ ସମେତ ୧୮୯ ଦେଶ ସଦସ୍ୟ ଅଛନ୍ତି । ବର୍ତ୍ତମାନ ଏହାର ଅଧ୍ୟକ୍ଷ ଡେଭିଡ୍ ମାଲପାସ୍ ଅଛନ୍ତି, ଯିଏକି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟକାଳ ସମୟରେ ନିଯୁକ୍ତ ହୋଇଥିଲେ। ମାଲପାସ୍ କିଛି ଦିନ ତଳେ ଘୋଷଣା କରିଥିଲେ ଯେ ଜୁନ୍ ମାସରେ ସେ ଅକାଳ ଇସ୍ତଫା ଦେବେ। ୨୦୨୪ ଏପ୍ରିଲରେ ମାଲପାସଙ୍କ ପାଞ୍ଚ ବର୍ଷର କାର୍ଯ୍ୟକାଳ ଶେଷ ହୋଇଥାନ୍ତା।

 

 

 

ସମ୍ବନ୍ଧିତ ଖବର