ଆରମ୍ଭ ହୋଇଯାଇଛି ନୂଆବର୍ଷ, ଜାନୁଆରିରେ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ ଜାଣନ୍ତୁ

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭ ହୋଇଯାଇଛି। ଏମିତିରେ ଅଫିସ ହେଉ ଅବା ବ୍ୟାଙ୍କରେ ଅନେକ କାମକାର୍ଯ୍ୟ ରହିଥାଏ। ଏପରି କ୍ଷେତ୍ରରେ ବ୍ୟାଙ୍କ କେଉଁ ଦିନ ବନ୍ଦ ରହୁଛି, ଯଦି ଆପଣ ଜାଣିବେ ନାହିଁ ତେବେ ଆପଣଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଆସନ୍ତୁ ଜାଣିବା କେଉଁ କେଉଁ ତାରିଖରେ ବ୍ୟାଙ୍କ୍‌ ବନ୍ଦ ରହିବ।

ନୂଆ ବର୍ଷର ପ୍ରଥମ ଦିନ ଅର୍ଥାତ୍‌ ଜାନୁଆରି ୧ ତାରିଖରେ କିଛି ବ୍ୟାଙ୍କ ବନ୍ଦ ରହିଥିଲା। ଜାନୁଆରି ୧୨ ତାରିଖ ବିବେକାନନ୍ଦ ଜୟନ୍ତୀ, ଏହି ଦିନ ପଶ୍ଚିବବଙ୍ଗରେ ବ୍ୟାଙ୍କ ବନ୍ଦ ରହିବ। ଏତଦ୍‌ ବ୍ୟତୀତ ମାସର ଦ୍ୱିତୀୟ ଶନିବାର ଥିବା ହେତୁ ବ୍ୟାଙ୍କର କାମକାର୍ଯ୍ୟ ମଧ୍ୟ ବନ୍ଦ ହେବ। ଜାନୁଆରି ୧୪ ତାରିଖରେ ପୋଙ୍ଗଲ ଥିବା ହେତୁ ତେଲେଙ୍ଗାନା, ତାମିଲନାଡୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ଆସାମରେ ଥିବା ବ୍ୟାଙ୍କଗୁଡ଼ିକ ଛୁଟି ରହିପାରେ।

ସେହିପରି ଜାନୁଆରି ୧୬ରେ ତାମିଲନାଡୁରେ ସନ୍ତ ତିରୁବଲ୍ଲବର ଦିବସ ରହିଛି। ଏହି କାରଣ ହେତୁ ବ୍ୟାଙ୍କ ବନ୍ଦ ରହିବ। ଜାନୁଆରି ୨୩ ତାରିଖରେ ସୁଭାଷଚନ୍ଦ୍ର ବୋଷ ଜୟନ୍ତୀ। ଏହି ଉପଲକ୍ଷେ ଅସାମ, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବ୍ୟାଙ୍କ ଛୁଟି ରହିବ।

ଜାନୁଆରି ୨୬ରେ ସମଗ୍ର ଦେଶରେ ଗଣତନ୍ତ୍ର ଦିବସ ପାଳନ କରାଯାଇଥାଏ। ଏହି ଦିନ ଗଣତନ୍ତ୍ର ଦିବସର ଛୁଟି ରହିବା ସହିତ ମାସର ଚତୁର୍ଥ ଶନିବାର ପଡ଼ୁଛି। ଏହି କାରଣରୁ ସମସ୍ତ ବ୍ୟାଙ୍କ୍‌ ବନ୍ଦ ରହିବ। ତେଣୁ ଏହି ଛୁଟି ପଡ଼ିବା ପୂର୍ବରୁ ବ୍ୟାଙ୍କ ସହିତ ଜଡ଼ିତ ଥିବା ସମସ୍ତ ଜରୁରୀ କାମ ଶେଷ କରି ଦିଅନ୍ତୁ।

ସମ୍ବନ୍ଧିତ ଖବର