ଟାଲକମ୍‌ ପାଉଡରରେ ଆଜବେଷ୍ଟସ ଥିବା ନେଇ ବିବାଦରେ ଜନସନ ଏଣ୍ଡ ଜନସନ

ଭୁବନେଶ୍ୱର : ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ (ଜେଆଣ୍ଡଜେ)ର ଟାଲକମ୍‌ ପାଉଡର୍‌ ବିବାଦରେ ଫସିଯାଇଛି। ଏହି ପାଉଡର୍‌ରେ ରହିଥିବା ଆଜବେଷ୍ଟସ୍‌ ଉପାଦାନ କ୍ୟାନସର୍‌ ସୃଷ୍ଟିର କାରଣ ବୋଲି ପ୍ରଚାର ହେବା ପରେ କଂପାନି ସମସ୍ୟାରେ ପଡ଼ିଯାଇଛି। କିନ୍ତୁ ଯେଉଁ କାରଣକୁ ନେଇ ଏହି ବ୍ରାଣ୍ଡ୍‌କୁ ଆଇନର ଜାଲ ଭିତରକୁ ଟଣାଯାଇଛି ତାହାକୁ ଏତେ ସହଜରେ ପ୍ରମାଣ କରିହେବ ନାହିଁ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି । ଅଦାଲତରେ ଯଦି ବିଜ୍ଞାନ ଭତ୍ତିକ ବିତର୍କ ହେବ ତେବେ ତାହା ଜେଆଣ୍ଡ୍‌ଜେ ସପକ୍ଷରେ ଯିବ ବୋଲି ସେମାନେ କହିଛନ୍ତି ।

କିଛି ଦିନ ତଳେ ରଏଟର୍‌ରେ ଏକ ଲେଖା ପ୍ରକାଶ ପାଇଥିଲା ଯେଉଁଥିରେ ଅଭିଯୋଗ କରାଯାଇଥିଲା ଯେ, ପାଉଡର୍‌ରେ ଆଜବେଷ୍ଟସ୍‌ ଥିବା କଂପାନି ଭଲ ଭାବେ ଜାଣିଥିଲା, କିନ୍ତୁ ତାହାକୁ ଜାଣିଶୁଣି ଗୋପନୀୟ ରଖିଛି। ଏହା ପୂର୍ବରୁ କଂପାନିର ପାଉଡର୍‌ ଉପରେ ଅନେକ ମାମଲା ଦାୟର କରାଯାଇଥିଲା ଓ କଂପାନିଗୁଡ଼ିକର ସଫଳତାର ସହିତ ମୁକାବିଲା କରିଥିଲା, କାରଣ ବୈଜ୍ଞାନିକ ପଦ୍ଧତିରେ ସେହି ଅଭିଯୋଗଗୁଡ଼ିକ ପ୍ରମାଣିତ ହୋଇପାରିନଥିଲା। ଜେଆଣ୍ଡଜେକୁ ବିଜ୍ଞାନ ସମର୍ଥନ କରିଥିଲା।
ଏପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ ପରୀକ୍ଷାରୁ ଜଣାପଡ଼ିନାହିଁ ଯେ ପାଉଡର୍‌ ବ୍ୟବହାର କରୁଥିବା ମହିଳାଙ୍କ ଠାରେ ଓଭାରିଆନ୍‌ କ୍ୟାନସର୍‌ ହେବା ମାତ୍ରା ଅଧିକ। କଂପାନି ନାମରେ ପୂର୍ବରୁ ଏଭଳି ୪୦ ଟି ମାମଲା ଦାୟର କରାଯାଇଥିଲା, ଯେଉଁଥିରୁ ୩୫ଟି ମାମଲାରେ କଂପାନି ବିଜୟୀ ହୋଇଛି । ବୈଜ୍ଞାନିକ ପରୀକ୍ଷାରୁ ଜଣାପଡ଼ିଛି ଯେ ଆଜବେଷ୍ଟସ ଓ ଓଭାରିଆନ୍‌ କ୍ୟାନସର ଭିତରେ କିଛି ସିଧାସଳଖ ସମ୍ପର୍କ ନାହିଁ। ପାଉଡର ଓ ଆଜବେଷ୍ଟସନ ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା କଂଚାମାଲକୁ ଗୋଟିଏ ଖଣିରୁ ବାହାର କରାଯାଇଥାଏ। ପୂର୍ବରୁ ଜେଆଣ୍ଡଜେ ତରଫରୁ ଲକ୍ଷାଧିକ ମହିଳାଙ୍କୁ ନେଇ ତିନିଟି ସର୍ଭେ କରାଯାଇଥିଲା ଯେଉଁଥିରେ ପାଉଡର୍‌ ଓ ଓଭାରିଆନ୍‌ କ୍ୟାନସର୍‌ ଭିତରେ କୌଣସି ସମ୍ପର୍କ ଥିବା ଜଣାପଡ଼ିନଥିଲା।

ସମ୍ବନ୍ଧିତ ଖବର