ସିଡନି କ୍ରିକେଟ ଗ୍ରାଉଣ୍ଡରୁ ଆରମ୍ଭ ହୋଇଥିଲା ବିରାଟ କୋହିଲିଙ୍କ କ୍ୟାପଟେନ୍‌ କ୍ୟାରିୟର, କାଲିଠୁ କରିବେ କମାଲ!

ସିଡନି: ଅଷ୍ଟ୍ରେଲିଆର ଅନ୍ୟତମ ବୃହତ୍ତ କ୍ରିକେଟ ଷ୍ଟାଡିୟମ୍‌ ‘ସିଡନି କ୍ରିକେଟ ଗ୍ରାଉଣ୍ଡ’ରେ ଟିମ୍‌ ଇଣ୍ଡିଆର ଲୋକପ୍ରିୟ ଖେଳାଳି ବିରାଟ କୋହଲିଙ୍କୁ ପ୍ରଥମ ଥର ପାଇଁ ଅଧିନାୟକ ଦାୟିତ୍ୱ ମିଳିଥିଲା। ଏହା ଥିଲା ୪ ବର୍ଷ ତଳର ଘଟଣା। ଏହି ୪ ବର୍ଷ ମଧ୍ୟରେ କୋହଲି ରେକର୍ଡର ବାଦଶାହ ହୋଇ ଯାଇଛନ୍ତି। ବିଶ୍ୱ କ୍ରିକେଟରେ ବିରାଟ ଜଣେ ଆଗଧାଡ଼ିର ଖେଳାଳି ଭାବେ ନିଜକୁ ପ୍ରତିଷ୍ଠା କରିପାରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ବିରାଟ କୋହଲି ଗୁରୁବାର ଏଠାରେ ଚଳିତ ଟେଷ୍ଟ ଶୃଙ୍ଖଳାର ନିର୍ଣ୍ଣାୟକ ତଥା ୪ର୍ଥ ମୁକାବିଲା କରିବାକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚରେ ୨-୧ରେ ଅଗ୍ରଣୀ ଥିବା ଭାରତ ସିଡନି କ୍ରିକେଟ ଗ୍ରାଉଣ୍ଡରେ କମାଲ କରିବେ ବୋଲି ପ୍ରଶଂସକମାନେ ଆଶା ବାନ୍ଧିଛନ୍ତି।

ଅଧିନାୟକ ପଦରୁ ମହେନ୍ଦ୍ର ସିଂହ ଧୋନି ସନ୍ୟାସ ନେବା ପରେ ଏହି ଦାୟିତ୍ୱ ବିରାଟ କୋହଲିଙ୍କୁ ଦିଆଯାଇଥିଲା। ସେହି ସମୟରେ ଆଇସିସି ଟେଷ୍ଟ ମାନ୍ୟତାରେ ଭାରତର ସ୍ଥାନ ଥିଲା ସପ୍ତମ। ବର୍ତ୍ତମାନ ଭାରତର ସ୍ଥାନ ୨ୟ ରହିଛି।

ସିଡନି ପଡ଼ିଆରେ ଓହ୍ଲାଇବା ପୂର୍ବରୁ କୋହଲି ଗୁରୁବାର କହିଛନ୍ତି, ଅଧିନାୟକ ଦାୟିତ୍ୱ ନେବା ମାତ୍ର ୪ ବର୍ଷ ହୋଇଛି। ଟେଷ୍ଟ ଗସ୍ତରେ ୩ୟ ଥର ପାଇଁ ଏଠାକୁ ଆସିଛି। ମୁଁ ଜାଣିଛି ଯେ, ଏଠାରେ ମ୍ୟାଚ ଜିତିବା କେତେ କଷ୍ଟକର ବ୍ୟାପାର। ଅଷ୍ଟ୍ରେଲିଆର ଭଲ ଖେଳିବାକୁ ଲକ୍ଷ୍ୟ ରଖିଛୁ କିନ୍ତୁ ଟିମ୍‌ ହିସାବରେ ମ୍ୟାଚ ଜିତିବା ଆମ ପାଇଁ ଚ୍ୟାଲେଞ୍ଜ ହେବ।

ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଖେଳାଳି ଏକାଦଶ: ବିରାଟ କୋହଲି (ଅଧିନାୟକ) ଅଜିଙ୍କ୍ୟ ରାହାନେ (ଉପଅଧିନାୟକ), କେ ଏଲ ରାହୁଲ, ମୟଙ୍କ ଅଗ୍ରଓବାଲ, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ଋଷଭ ପନ୍ଥ, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଦେଜା, କେ ଯାଦବ, ମହମ୍ମଦ ସାମି, ଉମେଶ ଯାଦବ ଓ ଜସ୍‌ପ୍ରିତ ବୁମ୍‌ରା।

ସମ୍ବନ୍ଧିତ ଖବର