ଲିକ୍‌ ହେଲା ଗୁଗୁଲ୍‌ ପିକ୍ସେଲ୍‌ ୭ ଏ ର ତଥ୍ୟ: କମ୍‌ ବଜେଟ୍‌ର ଏହି ଫୋନ୍‌ରେ ମିଳିବ ଏସବୁ ସୁବିଧା

ମୁମ୍ବାଇ: ଆଗାମୀ ୧୦ ତାରିଖରେ ହେବ ଗୁଗୁଲ୍‌ ଆଇ/ଓ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଗୁଗୁଲ୍‌ର ସବୁଠାରୁ ଶସ୍ତ‌ା ଫୋନ୍‌ ଲଞ୍ଚ୍‌ ହୋଇପାରେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଆମେ କହୁଛୁ ଗୁଗୁଲ୍‌ ପିକ୍ସେଲ୍‌ ୭ ଏ ବିଷୟରେ। ତେବେ ଫୋନ୍‌ଟି ବଜାରକୁ ଆସିବା ପୂର୍ବରୁ ଏହାର କଭର୍‌ ଫଟୋ ଏବଂ ତଥ୍ୟ ସୋସିଆଲ୍‌ ମିଡିଆରେ ପ୍ରଘଟ ହୋଇଛି।

ତେବେ ଏହି ଫୋନ୍‌ର ରଂଗ ନୀଳ, କଳା ଏବଂ ଅନ୍ୟ ଏକ ଫିକା ରଂରରେ ଦେଖିବାକୁ ମିଳିବ। ତେବେ ଚାଲନ୍ତୁ ଜାଣିବା ଏହି ଫୋନ୍‌ରେ ଖାସ୍‌ ଫିଚର୍‌ କ’ଣ ସବୁ ରହିବ। ରିପୋର୍ଟରୁ ଜାଣିବାକୁ ମିଳିଛି ଗୁଗୁଲ୍‌ ପିକ୍ସେଲ୍‌ ୭ଏରେ ଟେନ୍‌ସର୍‌ ଜି୨ ପ୍ରୋସେସର୍‌ ରହିବ। ସ୍ମାର୍ଟଫୋନ୍‌ର ଆକାର ୬.୧ ଇଞ୍ଚ୍‌ ରହିବ।

ଫୋନ୍‌ରେ ଡୁଆଲ୍‌ ରେୟାର୍‌ କ୍ୟାମେରା ସେଟ୍‌ ଅପ୍‌ ମିଳିବ। ଏହାର ମେନ୍‌ ଲେକ୍ସ ରହିବ ୬୪ ମେଗାପିକ୍ସଲ୍‌ର। ଏହାବ୍ୟତୀତ ୧୨ ମେଗାପିକ୍ସଲର ଏକ ସେକେଣ୍ଡାରି କ୍ୟାମେରା ବି ମିଳିପାରେ। ତେବେ ସେଲ୍‌ଫି କ୍ୟାମେରା ରହିବ ୧୩ ମେଗା ପିକ୍ସେଲ୍‌ର।

ଏଥିରେ ମ୍ୟାଜିକ୍‌ ଇଜେଜର୍‌, ଫଟୋ ଅନ୍‌ବ୍ଲର୍‌ ଏବଂ ନାଇଟ୍‌ ସାଇଟ୍‌ ଅପ୍ସନ ମିଳିବ। ତେବେ ଆପଣ ସେତେବେଳୁ ଜାଣିବାକୁ ଚାହୁଁଥିବେ ଯେ ଏତେ ସବୁ ସୁବିଧା ଥିବା ଏହି ଫୋନ୍‌ଟିର ଦର କେତେ। ଜାଣିବାକୁ ମିଳିଛି ଯେ ଏହି ଫୋନ୍‌ର ଦର ୩୨ ହଜାରରୁ ୪୦ ହଜାର ଭିତରେ ରହିପାରେ। ଏହାର ଡିଜାଇନ୍‌ ଗୁଗୁଲ୍‌ର ପିକ୍ସେଲ୍‌ ୭ ଏ ଏବଂ ପିକ୍ସେଲ୍‌ ୭ ପ୍ରୋ ପରି ହେବ।

ସମ୍ବନ୍ଧିତ ଖବର