୧୩ କୋଟିର ରୋଲ୍‌ସ ରୟେସ୍‌ କାର୍ କିଣିଲେ ମୁକେଶ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁ‌କେଶ ଅମ୍ବାନି ଆଉ ଏକ ରୋଲ୍‌ସ ରୟେସ୍‌ କାର କିଣିଛନ୍ତି। ଏହି ବିଳାସପୂର୍ଣ୍ଣ ଗାଡ଼ିର ମୂଲ୍ୟ ୧୩.୧୪ କୋଟି ଟଙ୍କା ରହିଛି। ଦେଶରେ ସେଲିବ୍ରିଟି ଓ ଭିଆଇପିମାନେ ଚଲାଉଥିବା ଦାମୀ କାର ମଧ୍ୟରେ ଏହା ଅନ୍ୟତମ। ରୋଲସ ରୟେସ କଲିନାନ୍ ପେଟ୍ରୋଲ ମଡେଲ ହ୍ୟାଚବ୍ୟାକ୍ ଗାଡ଼ିଟି ରିଲାଏନ୍ସ ପକ୍ଷରୁ ଦକ୍ଷିଣ ମୁମ୍ବାଇର ଟାରଡିଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଗତମାସ ୩୧ ତାରିଖରେ ପଞ୍ଜୀକୃତ ହୋଇଛି। ଉକ୍ତ କାରର୍ ମୂଳ ମୂଲ୍ୟ ୬.୯୫ କୋଟି। କିନ୍ତୁ ଅଟୋ ଶିଳ୍ପ ବିଶେଷଜ୍ଞଙ୍କ କହିବାନୁଯାୟୀ ମୁକେଶ ଏଥିରେ ନିଜର ଆବଶ୍ୟକତା ଅନୁଯାୟୀ କେତେକ ପରିବର୍ତ୍ତନ ଆଣିଛନ୍ତି। ତେଣୁ କାରର ମୂଲ୍ୟ ବଢ଼ିଯାଇଛି। ଏଥିସହିତ ମୁକେଶ ଉକ୍ତ କାର ପାଇଁ ଏକ ସ୍ବତନ୍ତ୍ର ନମ୍ବର ନେଇଛନ୍ତି। ଏବାବଦରେ ମଧ୍ୟ ତାଙ୍କୁ ମୋଟା ଅଙ୍କର ଅର୍ଥ ଦେବାକୁ ପଡ଼ିଛି। ମୁକେଶ ବା ରିଲାଏନ୍ସ କମ୍ପାନିର ଏହା ହୋଇଛି ତୃତୀୟ ରୋଲ୍‌ସ ରୟେସ କଲିନାନ୍ ଗାଡ଼ି।

ସମ୍ବନ୍ଧିତ ଖବର