ସୋନାଲିକାର ଟ୍ରାକ୍ଟର ବିକ୍ରିରେ ରେକର୍ଡ

ନୂଆଦିଲ୍ଲୀ : କରୋନାର ଦ୍ବିତୀୟ ଲହର ସମୟରେ ସୋନାଲିକାର ଟାକ୍ଟ୍ରର ବିକ୍ରିରେ ରେକର୍ଡ ସୃଷ୍ଟି ହୋଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ କମ୍ପାନି ୩୩,୨୧୯ ୟୁନିଟ ଟ୍ରାକ୍ଟର ବିକ୍ରି କରିଛି। ଆଜି ପର୍ଯ୍ୟନ୍ତ କୌଣସି ତ୍ରୟମାସରେ ଏହା କମ୍ପାନିର ସର୍ବାଧିକ ବିକ୍ରି। ବିକ୍ରି ଉକ୍ତ ତ୍ରୟମାସରେ ୩୦.୬ ପ୍ରତିଶତ ବୃଦ୍ଧି ଘଟିଛି। ଗତବର୍ଷ କରୋନାର ପ୍ରଥମ ଲହର ସମୟରେ ମଧ୍ୟ ଟ୍ରାକ୍ଟର ଦେଶର ଅର୍ଥନୈତିକ ସୁଧାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସୋନାଲିକାର ଏଥିରେ ବିଶେଷ ଯୋଗଦାନ ରହିଥିଲା। ୨୦୨୦-୨୧ରେ କମ୍ପାନି ଅନେକ ନୂଆ ଉତ୍ପାଦର ବଜାର ପ୍ରବେଶ କରାଇ ଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ମଧ୍ୟ ଅନେକ ନୂଆ ଟ୍ରାକ୍ଟର ବଜାରକୁ ଆଣିବା ଯୋଜନା ରଖିଛି। କମ୍ପାନି ପକ୍ଷରୁ ଅଣାଯିବାକୁ ଥିବା ନୂଆ ପ୍ରଯୁକ୍ତିର ଟ୍ରାକ୍ଟର ଏକ ନୂଆ ମାନଦଣ୍ଡ ସ୍ଥାପନ କରିବ। ସେହିଭଳି ଦେଶବିଦେଶରେ କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଏହି ଟ୍ରାକ୍ଟରରେ ରହିଥିବା ସ୍ବତନ୍ତ୍ରତା ଆଣିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। କୃଷକଙ୍କ ଜୀବିକାରେ ଉନ୍ନତି ପାଇଁ ସୋନାଲିକା ଟ୍ରାକ୍ଟର ଅତ୍ୟାଧୁନିକ ପ୍ରଯୁକ୍ତିର ଟ୍ରାକ୍ଟର ବିକାଶ ଉପରେ ସର୍ବାଧିକ ଗୁରୁତ୍ବ ଦେଉଛି ବୋଲି ସୋନାଲିକା ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମଣ ମିତ୍ତଲ କହିଛନ୍ତି। କରୋନା ସମୟରେ ବି କମ୍ପାନି ବିକ୍ରିରେ ଏଭଳି ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ସେ ଗ୍ରାହକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ଅନ୍ତର୍ଜାତୀୟ ବଜାର ଖୋଲୁଥିବାରୁ ଟ୍ରାକ୍ଟର ରପ୍ତାନିରେ ୯୦% ବୃଦ୍ଧି ଘଟିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର