ଆସାମରୁ ଆସିଲା ଲୋମଟାଙ୍କୁରା ଭିଡିଓ; ଅନ୍ତରଙ୍ଗ ମୁହୂର୍ତ୍ତରେ ଧରାପଡ଼ିବା ପରେ ପ୍ରେମିକ ଫେରାର୍‌, ମଝି ରାସ୍ତାରେ ପ୍ରେମିକାଙ୍କୁ ଯୌନ ନିର୍ଯାତନା

ଗୌହ୍ଵାଟୀ: ଆସାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସୋସିଆଲ୍‌ ମିଡିଆରେ ଏକ ଲଜ୍ଜାକର ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଜଣେ ଯୁବତୀଙ୍କ ସହ କିଛି ସଂଘବଦ୍ଧ ଯୁବକ ମିଶି ଅସଦାଚରଣ କରୁଛନ୍ତି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ଯୁବତୀ ଜଣକ ନିଜର ମୁସଲ୍‌ମାନ ପ୍ରେମିକଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଉଥିଲେ। ସେହି ସମୟରେ କିଛି ଯୁବକ ସେଠାରେ ଆସି ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ପ୍ରେମୀ ଯୁଗଳଙ୍କୁ ହଇରାଣ କରିଥିଲେ। ଭୟରେ ଯୁବତୀଙ୍କ ପ୍ରେମିକ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ। ପ୍ରେମିକ ଛାଡ଼ି ପଳାଇବା ପରେ ଉକ୍ତ ଗ୍ୟାଙ୍ଗ୍‌ ମିଶି ଯୁବତୀଙ୍କ ସହ ଅଶାଳୀନ କାର୍ଯ୍ୟ କରିଥିଲେ। ମହିଳା ଜଣକ ତାଙ୍କ ସହ ଏପରି ନ କରିବା ପାଇଁ ସେମାନଙ୍କୁ ନିବେଦନ କରୁଥିବାର ଦେଖିବାକୁ ମିଳିଛି।

ସୌଜନ୍ୟ: ୟୁଟ୍ୟୁବ୍

ନିକଟରେ ମେ ମାସରେ ଏହିପରି ଆଉ ଏକ ଘଟଣା ଦେଖିବାକୁ ମିଳିଥିଲା। ୪ ଜଣ ମିଶି ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ପ୍ରଥମେ ଦୁର୍ବୃତ୍ତମାନେ ଯୁବତୀଙ୍କ ଉପରେ ଅଶାଳୀନ ଭାଷା ପ୍ରୟୋଗ କରିବା ସହ ଅସଦାଚରଣ କରିଥିଲେ। ଯୁବତୀ ଜଣକ ତାଙ୍କୁ ଛାଡ଼ି ଦେବା ପାଇଁ ନିବେଦନ କରିଥିଲେ ବି ସେମାନେ ନିର୍ଦ୍ଦୟ ଆଚରଣ କରିଥିଲେ। ସେହି ସମୟର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘଟଣାର ତଦନ୍ତ ଏବେ ବି ଜାରି ରହିଛି।

ସମ୍ବନ୍ଧିତ ଖବର