ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ରଜାମୁଣ୍ଡା ଚୋରି ଘଟଣାରେ ୨ ଗିରଫ

ଦେବଗଡ଼: ଗତ ରବିବାର ବିଳମ୍ବିତ ରାତିରେ ଦେବଗଡ଼ ପୌରାଞ୍ଚଳ ରଜାମୁଣ୍ଡାର ପ୍ରଦୀପ ସାହୁଙ୍କ ଘରୁ ହୋଇଥିବା ଚୋରି ଘଟଣାରେ ଦେବଗଡ଼ ପୁଲିସ୍‌ ବୁଧବାର ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରଘୁ କାରିଗର ଓ ରାକେଶ ସ୍ୱାଇଁ। ସେମାନଙ୍କଠାରୁ ପୁଲିସ୍‌ କାନଫୁଲ, ପାଉଁଜି, ଲେଡିଜ୍‌ ଓ୍ଵାଚ୍‌, ଦୁଇଟି…
ଅଧିକ ଖବର ଦେଖନ୍ତୁ...

ସଂଜୀବ ପ୍ରଧାନଙ୍କ ଜାମିନ ଶୁଣାଣି ୨୫କୁ ଘୁଞ୍ଚିଲା

ସମ୍ବଲପୁର: ରେଙ୍ଗାଲି ନଦୀ ବନ୍ଧ ବିସ୍ଥାପିତଙ୍କ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ ହୋଇଥିବା ଦେବଗଡ଼ର ପୂର୍ବତନ ବିଧାୟକ ସଞ୍ଜୀବ ପ୍ରଧାନଙ୍କୁ ଜାମିନ ଆବେଦନର ଶୁଣାଣି ୨୫ ସେପ୍‌ଟେମ୍ବରକୁ ଘୁଞ୍ଚିଯାଇଛି। ଫଳରେ ସଂଜୀବଙ୍କୁ ସମ୍ବଲପୁର ମଣ୍ଡଳ ଜେଲ୍‌ ହାଜତ ମଧ୍ୟରେ ଦୀପାବଳି କାଟିବାକୁ ପଡ଼ିବା…
ଅଧିକ ଖବର ଦେଖନ୍ତୁ...

ଚିଚୋଲି ସ୍କୁଲରୁ ମଧ୍ୟାହ୍ନ ଚାଉଳ ଚୋରି

ଅମ୍ବାଭୋନା: ଚିଚୋଲି ୟୁଜିୟୁପି ସ୍କୁଲରେ ତାଲା ଭାଙ୍ଗି ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ହୋଇଥିବା ଶିକ୍ଷା କମିିଟି ଓ ପ୍ରଧାନ ଶିକ୍ଷକ ଥାନାରେ ଲିଖିତ ଭାବରେ ଜଣାଇଛନ୍ତି। କେତେକ ଦୁର୍ବୃତ୍ତ ସ୍କୁଲରେ ତାଲା ଭାଂଗି ରୋଷେଇ ଘରେ ଥିବା ୨ କୁଇଣ୍ଟାଲ ଚାଉଳ ଚୋରି କରି ନେଇଛନ୍ତି। ପୂର୍ବରୁ ଏହି…
ଅଧିକ ଖବର ଦେଖନ୍ତୁ...

ପ୍ରେମ ପାଗଳର ଉନ୍ମତ୍ତ କାଣ୍ଡ : ଘର ସହ ଯୁବତୀଙ୍କୁ ଜିଅନ୍ତା ଜାଳିଦେବାକୁ ଉଦ୍ୟମ

ବ୍ରହ୍ମପୁର/ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ଥାନା କେନ୍ଦୁବାଡ଼ି ଗ୍ରାମରେ ଜଣେ ପ୍ରେମ ପାଗଳ ଯୁବକ ଘଟାଇଛି ଅଭାବନୀୟ କାଣ୍ଡ। ପ୍ରେମରେ ବିଫଳ ହେବା ପରେ ମାଧବ ଗୌଡ଼ ନାମକ ଏହି ଯୁବକ ଜଣେ ଯୁବତୀଙ୍କ ଘରେ ଅତର୍କିତ ଭାବେ ପଶି ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି। ଯୁବତୀ ସୁନେଲି…
ଅଧିକ ଖବର ଦେଖନ୍ତୁ...

ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ଘରେ ଲୁଟ୍‌

କଟକ/ବାରଙ୍ଗ : ବାରଙ୍ଗ ନରଣପୁର ଅଞ୍ଚଳରେ ଆଜି ସଂଧ୍ୟାରେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍‌କ ଘରେ ଡକାୟତି ହୋଇଛି। ଦୁର୍ବୃତ୍ତମାନେ ତାଙ୍କ ଘରେ ପଶି ପିଲାଙ୍କୁ ବାନ୍ଧି ଗୋଟିଏ ଘରେ ପୂରାଇ ଦେଇଥିବା ବେଳେ ପୁଲିସ ଅଧିକାରୀ ଓ ତାଙ୍କ ପତ୍ନୀଙ୍କୁ ଭୁଜାଲିରେ ହାଣି ଟଙ୍କା, ସୁନା ଲିଟି…
ଅଧିକ ଖବର ଦେଖନ୍ତୁ...

ବଡ଼ଦାଣ୍ଡରେ ଆଇନଜୀବୀଙ୍କୁ ହତ୍ୟା

ପୁରୀ : ରାତି ପ୍ରାୟ ନଅଟା ସମୟରେ ବଡ଼ଦାଣ୍ଡରେ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣର ଶିକାର ହୋଇ ଜଣେ ଆଇନଜୀବୀ ପ୍ରାଣ ହରାଇଛନ୍ତି। ଏହି ଘଟଣା ପୁରୀରେ ଆଲୋଡ଼ନ ସୃଷ୍ଟି କରିଛି। ମୃତ ଆଇନଜୀବୀ ଜଣକ ଚୁଡ଼ଙ୍ଗ ସାହିର ଲକ୍ଷ୍ମୀଧର ମହାପାତ୍ର। ସେ ଅଖିଳ ଭାରତ ଗ୍ରାହକ ପଞ୍ଚାୟତର ରାଜ୍ୟ ସଂଯୋଜକବି…
ଅଧିକ ଖବର ଦେଖନ୍ତୁ...

ପିତୃହତ୍ୟାର ପ୍ରତିଶୋଧରୁ ହତ୍ୟା

ସୋରଡ଼ା : ପୂର୍ବଶତ୍ରୁତା ସହ ବାପାଙ୍କୁ ହତ୍ୟାର ପ୍ରତିଶୋଧ ନେଇଛି ପୁଅ। ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡ଼ଗଡ଼ ଥାନା ସରାବାଡ଼ି ଗ୍ରାମ ନିକଟ ଯୋଡ଼ାବନ୍ଧ ଛକରେ ରୋହିତ ଗୁରୁ (୩୫) ନାମକ ଜଣେ ଯୁବକଙ୍କୁ ଗୋପାଳ ଗୁରୁ ଓ ତାଙ୍କର ୫ରୁ ୬ଜଣ ସହଯୋଗୀ ସଂଘବଦ୍ଧ ଆକ୍ରମଣ କରି ହତ୍ୟା ଘଟଣା ଚାଞ୍ଚଲ୍ୟ…
ଅଧିକ ଖବର ଦେଖନ୍ତୁ...

ଡକାୟତି ଯୋଜନା ପଣ୍ଡ, ୬ ଗିରଫ

ଭୁବନେଶ୍ୱର : ନୂଆପଲ୍ଲୀ ଏନ୍‌-୬ ଅଞ୍ଚଳରେ ଏକ ବଡ଼ଧରଣ ଡକାୟତି ଯୋଜନାକୁ କ୍ୟୁଏଟି ଓ ନୂଆପଲ୍ଲୀ ଥାନା ପୁଲିସ ମିଳିତ ଚଢ଼ଉ କରି ପଣ୍ଡ କରିଛନ୍ତି। ଗ୍ୟାଙ୍ଗର ୬ଜଣ ଡକାୟତଙ୍କୁ ପୁଲିସ ଗିରଫ କରିଥିବା ବେଳେ ସେଠାରୁ ୨ଜଣ ଡକାୟତ କାର ଧରି ଫେରାର ହୋଇଯାଇଛନ୍ତି। ପୁଲିସ ଗିରଫ କରିଥିବା…
ଅଧିକ ଖବର ଦେଖନ୍ତୁ...

୨ ଗଞ୍ଜେଇ ବ୍ୟବସାୟୀ ଗିରଫ

ଭୁବନେଶ୍ୱର : କ୍ୟୁଏଟି ଓ ନୂଆପଲ୍ଲୀ ଥାନା ପୁଲିସ ମିଳିତ ଚଢ଼ଉ କରି ୨ଜଣ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୨୧ କେଜି ଗଞ୍ଜେଇ ଓ ଗୋଟିଏ ବାଇକ୍‌ ଜବତ କରିଛି। ସେମାନେ ହେଲେ କଟକ ଜିଲ୍ଲା କେନ୍ଦୁପଲ୍ଲୀ ଅଞ୍ଚଳର ସପନା ସହୁ ଓରଫ ସପନା(୨୨) ଓ ନୟାଗଡ଼ ଜିଲ୍ଲା ଶରଣକୁଳ…
ଅଧିକ ଖବର ଦେଖନ୍ତୁ...

ହେରୋଇନ୍‌ ଜବତ, ୨ ଗିରଫ

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିର ପାଚେରି କଡ଼ରେ ଥିବା ଅଟୋ ଷ୍ଟାଣ୍ଡ୍‌ ନିକଟରେ ହେରୋଇନ୍‌ ବେପାର କରୁଥିବା ଅଭିଯୋଗରେ ପୁଲିସ ଜଣେ ଯୁବତୀ ସମେତ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଞ୍ଚ ଭୋଇ ସାହିର ପୁଷ୍ପା ସାହୁ(୧୮) ଓ କାଉ ଓରଫ ନରେଶ ବେହେରା। ପୁଲିସ ସୂଚନା ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...