ବାପା ମା’ଙ୍କୁ ପିଟି ପୁଅ ଗିରଫ

ଭୁବନେଶ୍ୱର: ବାପା, ମା’ଙ୍କୁ ମାଡ଼ ମାରିବା ଅଭିଯୋଗରେ ଖାରବେଳ ନଗର ଥାନା ପୁଲିସ ୟୁନିଟ୍‌ ୯ର ରୋଡ୍‌-୮ ପ୍ଲଟ ନମ୍ବର ୬୦୫ରେ ରହୁଥିବା ଆକାଶ ଖୁଣ୍ଟିଆଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ୟୁନିଟ-୯ରେ ଆକାଶଙ୍କର ‘ଆକାଶ ଅପ୍‌ଟିକାଲ୍‌ସ’ ନାମରେ ଏକ ଚଷମା ଦୋକାନ ରହିଛି। ଏହାକୁ ବଡ଼ ଆକାରରେ କରିବା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି। ତାଙ୍କ ବାପା ଆଶିଷଙ୍କର ଜଣେ ବ୍ୟାଙ୍କ୍‌ ମ୍ୟାନେଜର୍‌ ଚିହ୍ନା ଥିବାରୁ ଲୋନ୍‌ କରାଇ ଦେବାକୁ ଆକାଶ କହି ଆସୁଥିଲା। ହେଲେ ସମ୍ପୃକ୍ତ ମ୍ୟାନେଜର୍‌ଙ୍କ ବଦଳି ହୋଇଯାଇଥିବାରୁ ଏହି ଲୋନ୍‌ ସମ୍ଭବ ହୋଇନଥିଲା। ଏଣୁ ଆକାଶ ବାପାଙ୍କୁ ମାଡ଼ ମାରିଥିଲା। ପ୍ରତିବାଦ କରିବାରୁ ମା’ଙ୍କୁ ମଧ୍ୟ ମାଡ଼ ମାରିଥିଲା। ଏ ସଂପର୍କରେ ଆଶିଷ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର