ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନୀ ନକାନ୍ଦିବାରୁ ହୋଇଥିଲା ଆଜୀବନ କାରାଦଣ୍ଡର ଶୁଣାଣି

ନୂଆଦିଲ୍ଲୀ: ନିଜ ସ୍ୱାମୀର ହତ୍ୟା ମାମଲାରେ ଅସମର ଜଣେ ମହିଳାଙ୍କୁ ସ୍ଥାନୀୟ ଅଦାଲତ ଏଥିପାଇଁ ଦୋଷୀସାବ୍ୟସ୍ତ କରିଥିଲା, କାହିଁକି ନା ସେ ତାଙ୍କ ସ୍ୱାମୀଙ୍କର ଅପ୍ରାକୃତିକ ମୃତ୍ୟୁ ହେବା ପରେ କାନ୍ଦି ନଥିଲେ। ଏହି ମାମଲାକୁ ନେଇ ସ୍ଥାନୀୟ କୋର୍ଟ ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡର ଶୁଣାଣି କରିଥିଲେ। ସ୍ଥାନୀୟ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଗୋହ୍ଵାଟୀ ହାଇକୋର୍ଟ ବି ମହିଳାଙ୍କ ଏହି ଦଣ୍ଡ ଶୁଣାଣିରେ ସହମତି ଦେଇଥିଲେ। ଗତ ୫ବର୍ଷ ହେବ ଜେଲରେ ଦଣ୍ଡ ଭୋଗୁଥିବା ମହିଳାଙ୍କୁ ଏବେ ସୁପ୍ରିମ କୋର୍ଟ ଖଲାସ କରିଦେବାର ଶୁଣାଣି କରିଛି।

ଅକ୍ଟୋବର ୩୧ରେ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ କି, ଯେତିକି ପ୍ରମାଣ ଥିଲା, ସେଥିରୁ ସ୍ପଷ୍ଟ ହୋଇପାରିଲା ନାହିଁ କି ଏହି ମହିଳା ହିଁ ତାଙ୍କ ସ୍ୱାମୀଙ୍କ ହତ୍ୟା କରିଥିଲେ ବୋଲି। ଏହି କାରଣରୁ ବିଚାରପତି ଆରଏଫ ନରିମନ୍‌ ଓ ବିଚାରପତି ନବୀନ ସିହ୍ନାଙ୍କ ଖଣ୍ଡପୀଠରେ ଆଜୀବନ କାରାଦଣ୍ଡର ଶୁଣାଣି ହୋଇଥିବା ମହିଳାଙ୍କ ଦଣ୍ଡକୁ କୋହଳ କରି ଦେବାର ଆଦେଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର