ପୁଅ ନଥିବା ରାଗରେ ୩ ଝିଅଙ୍କୁ କୂଅରେ ପକାଇ ନିଜେ କୂଅକୁ ଡେଇଁ ଆତ୍ମହତ୍ୟା କଲେ ମହିଳା

ଗାନ୍ଧୀନଗର: ଗୁଜୁରାଟର ମହିସାଗରରେ ଘଟିିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ତାଙ୍କର କନ୍ୟା ସନ୍ତାନମାନଙ୍କୁ ନେଇ ଅସନ୍ତୁ‌ଷ୍ଟ ଥିବା କାରଣରୁ ନିଜ ଜନ୍ମକଲା  ୩ ଝିଅଙ୍କୁ ଏକ କୂଅ ଭିତରକୁ ଫିଙ୍ଗି ଦେଇ ‌ନିଜେ କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମହିଳା ଜଣକ ହେଉଛନ୍ତି ମଙ୍ଗୁ ଦମୋର। ଗୁରୁବାର ମଙ୍ଗୁ ଏକ କୂଅ ଭିତରକୁ ଡେଇଁ ନିଜ ଜୀବନ ହାରିଛନ୍ତି। ତାଙ୍କର କୌଣସି ପୁଅ ନଥିବାରୁ ସେ ବୀତସ୍ପୃହ ହୋଇ ଏପରି କରିଛନ୍ତି ବୋଲି ସ୍ଥାନୀୟ ଲୋକ ମତ ଦେଇଛନ୍ତି।

ସୂଚନା ରହିଛି ଯେ ନିଜର ଗୋଟାଏ ପରେ ଗୋଟାଏ ୩ଟି ଝିଅ ହୋଇଥିବା କାରଣରୁ ମଙ୍ଗୁ ବୁଧବାର ଖୁବ୍ ଦୁଃଖିତ ହୋଇଥିଲେ। ପରିବାରର କାହା ସହ କଥାବାର୍ତ୍ତା କରିନଥିଲେ। ଏପରିକି ସେ ରନ୍ଧାବଢ଼ା ବି କରି ନ ଥିଲେ। ଫଳରେ ବାଧ୍ୟ ହୋଇ ମଙ୍ଗୁଙ୍କ ଶାଶୂ ରୋଷେଇ କରିଥିଲେ। ବୁଧବାର ରାତି ପ୍ରାୟ ୮ଟା ବେଳକୁ ମଙ୍ଗୁ ନିଜ ସାନ ଝିଅକୁ ଧରି କୁଆଡ଼େ ପଳାଇ ଯାଇଥିଲେ। ବିଳମ୍ବିତ ରାତିରେ ଘରକୁ ଫେରି ଶୋଇ ପଡ଼ିଥିଲେ। ହେଲେ ସକାଳୁ ଘର ଲୋକ ମଙ୍ଗୁ  ଓ ତାଙ୍କ ପିଲାମାନଙ୍କୁ ଦେଖିବାକୁ ପାଇ ନ ଥିଲେ। ଏହାପରେ ପରିବାର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ। ଗାଁ ଲୋକଙ୍କ ଠାରୁ ଜଣାପଡ଼ିଥିଲା କି ଏକ କୂଅ ନିକଟରେ ଗୋଟାଏ ସ୍ବେଟର ଓ ବିଛଣାଚଦର ପଡ଼ିଛି। ସେଠାରୁ ମଙ୍ଗୁ ଓ ତାଙ୍କ ୩ ଝିଅଙ୍କ ମୃତଦେହ ମିଳିଥିଲା।

ସମ୍ବନ୍ଧିତ ଖବର