ରାଜନଗର: ଗତ ଦୁଇ ଦିନ ମଧ୍ୟରେ ଗୁହାଳ ଭାଙ୍ଗି ଅଜଣା ଜନ୍ତୁ ରାଜନଗର ବ୍ଲକ୍ ଅନ୍ତର୍ଗତ ରାଜିଗଡ଼ ଗାଁରେ ୯ଟି ମେଣ୍ଡାଙ୍କୁ ମାରିଛି। ଖବର ପାଇ ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରାଜିଗଡ଼ ଗ୍ରାମର ମାଳତୀ ଶତପଥୀଙ୍କ ଗୁହାଳ କଣା କରି ଏକ ଅଜଣା ଜନ୍ତୁ ଗୁହାଳ ଭିତରେ ପଶି ଗତ ବୁଧବାର ରାତିରେ ୩ଟି ମେଣ୍ଡାଙ୍କୁ ମାରିଥିବା ବେଳେ ଗୁରୁବାର ରାତିରେ ୬ଟି ମେଣ୍ଡାଙ୍କୁ ମାରିଛି। ଗୁହାଳରେ ଏହି ଅଜଣା ଜନ୍ତୁର ନଖ ଚିହ୍ନ ଥିବା ବେଳେ ସେ ମେଣ୍ଡାମାନଙ୍କ ତଣ୍ଟି କଣା କରି ମାରିଥିବା ଦେଖିବାକୁ ମିଳିଛି।
ପୂର୍ବବର୍ତ୍ତୀ ଖବର
ସମ୍ବନ୍ଧିତ ଖବର