ପୁଲିସ ଗାଡ଼ିକୁ ଧକ୍କା ଦେଲା କାର୍: ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ତିନି

ବଅଁରପାଳ: ଅନୁଗୁଳ ଥାନା ପିଟିସି ଛକ ନିକଟ ୫୫ ନମ୍ବର ଜାତୀୟ ରାଜପଥ ଉପରେ ପୁଲିସ ଗାଡ଼ିକୁ ଏକ କାର୍ ଧକ୍କା ଦେଇଥିବାର ଖବର ମିଳିଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ବଅଁରପାଳ ଆଇଆଇସି ନରେଶ ସାହୁ ବଅଁରପାଳ ରୁ ଅନୁଗୁଳକୁ ଆସୁଥିବା ବେଳେ ସ୍ଥାନୀୟ ପିଟିସି ଛକ ନିକଟରେ ପଛ ପଟୁ ଏକ କାର୍ ଆସି ଧକ୍କା ଦେଇଥିଲା। କାର୍ ର ବ୍ରେକ୍ ନ ଧରିବାରୁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।

ଡ୍ରାଇଭରଙ୍କୁ ମିଶାଇ କାର୍ ରେ ୪ ଜଣ ଯାତ୍ରୀ ଥିଲେ। ସେମାନଙ୍କ ଭିତରୁ ଜଣେ ଆହତ ହୋଇଥିବାରୁ ପୁଲିସ ଭ୍ୟାନରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି ଏବଂ ଡ୍ରାଇଭର୍ ସହିତ ଅନ୍ୟ ୩ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବଅଁରପାଳ ଥାନା ଅଧିକାରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର