ନିଜ ଅନୁଦାନ ରାଶି ୧.୨୨ କୋଟିରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କଲେ ବଡ଼ସାହି ବିଧାୟକ

ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀ ତଥା ବେତନଟୀ ବ୍ଳକ ଅନ୍ତର୍ଗତ ବିଭିନ୍ନ କଲେଜ ଓ ଡାକ୍ତରଖାନାରେ ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କଙ୍କ ଦ୍ୱାରା ଶୁକ୍ରବାର ନିର୍ମାଣ ସରିଥିବା ଏକାଧିକ ପ୍ରକଳ୍ପ ଗୁଡିକର ଶୁଭ ଉଦ୍‌ଘାଟନ ହୋଇଯାଇଛି। ପ୍ରଥମେ ବିଧାୟକ ବୈଶିଙ୍ଗା ସ୍ଥିତ ମହାତ୍ମାଗାନ୍ଧୀ ମହାବିଦ୍ୟାଳୟ ପରିସରରେ ୩୦ଲକ୍ଷ ଟଙ୍କାରେ ନିର୍ମିତ ନୂତନ ସମ୍ମିଳନୀ କକ୍ଷ , ଶ୍ରେଣୀଗୃହ ଓ ବିଶୁଦ୍ଧ ଥଣ୍ଡା ପାନୀୟଜଳ ପ୍ରକଳ୍ପର ଫିତା କାଟି, ନଡ଼ିଆ ଫଟେଇ ଶୁଭ ଉଦଘାଟନ କରିଥିଲେ । ପରେ ବେତନଟୀ କଲେଜ ପରିସରରେ ୭୦ଲକ୍ଷ ଟଙ୍କାରେ ନବନିର୍ମିତ ୩ଟି ଶ୍ରେଣୀଗୃହ, କଂକ୍ରିଟ ରାସ୍ତା ସମେତ ଉଜ୍ଜଳ ଆଲୋକ ବ୍ୟବସ୍ଥାର ଉଦଘାଟନ କରିଥିଲେ।

ସେହିପରି ବେତନଟୀ ଡାକ୍ତରଖାନା ପରିସରରେ ସମୁଦାୟ ୨୨ଲକ୍ଷ ଟଙ୍କାରେ ନିର୍ମିତ ଶବଗୃହ, ପୋଷ୍ଟ ମୋର୍ଟମ ଗୃହ ଓ କଂକ୍ରିଟ ରାସ୍ତାର ଆଜି ଶୁଭ ଉଦଘାଟନ କରିଥିବାବେଳେ ପୂର୍ବରୁ ଓଲଟ୍ରାସାଉଣ୍ଡ ମେସିନ ଓ ଉଜ୍ଜଳ ଆଲୋକର ବ୍ୟବସ୍ତା କରାଇଥିଲେ। ଉକ୍ତ ଉଦଘାଟନୀ ଉତ୍ସବରେ ବିଧାୟକ ବିଜୁଳିଙ୍କ ସହିତ ବେତନଟୀ ବିଡ଼ିଓ ଡ଼ା ଅମୃତ କୁମାର ରାଉଳ, ବେତନଟୀ ଡାକ୍ତରଖାନାର ଭାରପ୍ରାପ୍ତ ଅଧିକାରୀ ସିପୁନ ପଣ୍ଡା, ବେତନଟୀ ଡାକ୍ତରଖାନାର ସମସ୍ତ କର୍ମଚାରୀ, ବୈଶିଙ୍ଗା ଓ ବେତନଟୀ କଲେଜର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସମେତ ସୁଦର୍ଶନ ମହାପାତ୍ର, ପ୍ରଶାନ୍ତ ପଣ୍ଡା, ଅମୁଲ୍ୟ ପାଣିଗ୍ରାହୀ, ଉତ୍ସର୍ଗ ବେହେରା, ଶାନ୍ତନୁ ପଣ୍ଡା, ଶାନ୍ତନୁ ଦଳେଇ, କେନ୍ଦୁଆ ସରପଞ୍ଚ ମନମୋହନ ମାଝୀ, ଗୋପାଳ ମାଝୀ, ରମେଶ ମାଝୀ, ଖଗେନ୍ଦ୍ର ସାହୁ, କୁନା ମହାନ୍ତ, ହିମାଂଶୁ କବାଟ, ସଞ୍ଜୟ ବେହେରା, ଶିବୁ, ଦେବରଞ୍ଜନ ସାହୁ ଓ ଅଞ୍ଚଳର ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଆଜି ନିଜ ହାତପାଣ୍ଠିରୁ ଏହିଭଳି ଲୋକାଭିମୁଖୀ ପ୍ରକଳ୍ପର ଶୁଭ ଉଦଘାଟନ କରି ନିଜ ନିର୍ବାଚନ ମଣ୍ଡଳୀରେ ବେସ ପ୍ରଶଂସା ସାଉଁଟିଛନ୍ତି ବିଧାୟକ ଶ୍ରୀବିଜୁଳି।

ସମ୍ବନ୍ଧିତ ଖବର