ବାରହା ଆକ୍ରମଣରେ ୪ ଆହତ, ୨ ଗୁରୁତର

ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ କେଶରୀପୁର ପଞ୍ଚାୟତ ଉପରସାହିରେ ଆଜି ସକାଳେ ଏକ ବାରହା ଆକ୍ରମଣରେ ଗ୍ରାମର ୪ ଜଣ ଆହତ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି। ଆହତଙ୍କ ମଧ୍ୟରେ ଦୁଇଜଣ ମହିଳା ଥିବା ବେଳେ ୪ ଜଣ ପୁରୁଷ ଅଛନ୍ତି।

ଆହତଙ୍କ ନାମ ଶିବାନୀ ମଳିକ (୩୫), ସୁଶୀଳା ମଳିକ(୪୫), ଗୌରାଙ୍ଗ ମଳିକ(୫୩) ଓ ଦିବାକର ମଳିକ (୪୬)। ଦୁଇ ଗୁରୁତର ହେଲେ ରାକେଶ ମଳିକ(୩୯) ଓ ଗୟାଧର ମଳିକ(୬୮)। ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର