ସାଇକେଲ ଆରୋହୀ ବଂଶୀଧର ମହାପାତ୍ରଙ୍କୁ ଟାଟାପାୱାର ପକ୍ଷରୁ ସମ୍ବର୍ଦ୍ଧନା

ଜୟପୁର: ସ୍ବାସ୍ଥ୍ୟ ହିଁ ସମ୍ପଦ ଓ ସବୁଜ ପରିବେଶ ସୁରକ୍ଷାର ବାର୍ତ୍ତାବହ ସାଇକେଲ ଆରୋହୀ ବଂଶୀଧର ମହାପାତ୍ରଙ୍କୁ ଦକ୍ଷିଣାଂଚଳ ଟାଟାପାୱାର ଲିମିଟେଡ୍ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଭୁବନେଶ୍ବରରୁ ଗତ ୧୩ତାରିଖ ଦିନ ବାହାରିଥଇବା ବଂଶୀଧର ରାୟଗଡ଼ା ଦେଇ ୫୪୦କିଲୋ ମିଟର ସାଇକେଲ ଚଳାଇ ଆଜି ମଙ୍ଗଳବାର ଜୟପୁରରେ ପହଚିଂଥିଲେ। ବଂଶୀଧରଙ୍କ ଏହି ଦୁଃସାହସିକ ଓ ପ୍ରେରଣାଦାୟକ କାର୍ଯ୍ୟ ପାଇଁ ତାଙ୍କୁ ଟାଟାପାୱାର ପକ୍ଷରୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି ବୋଲି କହିଛନ୍ତି ଟାଟା ପାୱର ଦକ୍ଷିଣାଂଚଳର ଉପ ସାଧାରଣ ପରିଚାଳକ ମନ୍ମଥ ନାଥ ମିଶ୍ର। ଏହି କାର୍ୟ୍ୟକ୍ରମରେ ଅଭିଯୋଗ ପ୍ରତିକାର ବିଚାର ପୀଠର ସଭାପତି ତପନ ରଶ୍ମି ସୁବୁଦ୍ଧି ଓ ନିର୍ବାହୀ ଯନ୍ତ୍ରୀ ବରୁଣ ଚୌଧୁରୀ ଯୋଗ ଦେଇ ଏଭଳି ସଚେତନତା ସୃଷ୍ଟି ପାଇଁ ପ୍ରଶଂସା କରିବା ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଏହି ସମ୍ବର୍ଦ୍ଧନା ସଭାରେ ସୌମ୍ୟ ରଞ୍ଜନ ଲେଙ୍କା, ଜୀବନ ଜ୍ୟୋତି ମିଶ୍ର , ସୁରଜିତ୍ ସ୍ବାଇଁ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଆଇ.ସି.ଏ.ଆର. ରୁ ୨୦୧୬ ମସିହାରେଆସିଷ୍ଟାଣ୍ଟ ଫାଇନାନ୍ସ ଆଣ୍ଡ ଆକାଉଣ୍ଟ ଅଫିସର ପଦବୀରୁ ଅବସର ନେଇଥିଲେ ବଂଶୀଧର ମହାପାତ୍ର। ଅବସର ଜୀବନରେ ସାଇକେଲ ଯାତ୍ରା ମାଧ୍ୟମରେ ନିଜକୁ ସୁସ୍ଥ ରଖିବା ଲକ୍ଷ୍ୟ ନେଇ ଭାରତର ବିଭିନ୍ନ ସ୍ଥାନକୁ ଯାତ୍ରା ୨୦୨୧ ମସିହାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ୭ହଜାର କିଲୋମିଟରରୁ ଅଧିକ ପଥ ଭ୍ରମଣ କରି ସାରିଥିବା କହିଛନ୍ତି ବଂଶୀଧର। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଇଚ୍ଛୁକ ପ୍ରତ୍ୟେକ ଓଡ଼ିଆ ନିଜ ରାଜ୍ୟର କୋରାପୁଟରେ ଭରି ରହିଥିବା ବିଶାଳ ପ୍ରକୃତି, ସୁନ୍ଦର ପରିବେଶ ଓ ଭୂସ୍ବର୍ଗକୁ ଦର୍ଶନ କରି ଆନନ୍ଦ ପାଇବ ସଙ୍ଗେ ସଙ୍ଗେ ନିଜକୁ ସୁସ୍ଥ ରଖି ପାରିବେ ବୋଲି କହିଛନ୍ତି ବଂଶୀଧର।

ସମ୍ବନ୍ଧିତ ଖବର