କାଳବୈଶାଖୀରେ ବ୍ୟାପକ କ୍ଷତି

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ କାଳବୈଶାଖୀ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅପରାହ୍ଣ ପ୍ରାୟ ୩ଟା ବେଳେ ହଠାତ୍ ଝଡ଼ତୋଫାନ ହୋଇଥିଲା। ପରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ତେବେ ପବନର ବେଗ ଏତେ ଅଧିକ ଥିଲା ଯେ ଆଜବେଷ୍ଟସ ଓ ଚାଳଛପର ଘରର ଛପର ଉଡ଼ାଇ ନେଇଛି। ବିଶେଷତଃ ଖୁଣ୍ଟାପଡ଼ା ପଞ୍ଚାୟତର ଖୁଣ୍ଟାପଡା, କନ୍ତଲେଇ, ଜାମୁନାଳିଆ, ମୁଖିସାହି ଓ ପାତ୍ର ସାହିରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗଛ ଉପୁଡିବା, ଡାଳ ଭାଙ୍ଗିବା ଓ ବିଦ୍ୟୁତ୍‌ ଖୁଣ୍ଟ ଢଳି ପଡ଼ିଛି।

ଗୟା ମହାକୁଡ଼, ଗୌର ଚନ୍ଦ୍ର ପ୍ରଧାନ, ଯୁଧିଷ୍ଠିର ପ୍ରଧାନ, ଭୋଳେଶ୍ବର ସାହୁ, ପରମେଶ୍ବର ନାୟକ, ମଙ୍ଗୁଳୁ ମୁଣ୍ଡା, ସନୁ ମୁଣ୍ଡା, ପାଗଳ ମୁଣ୍ଡା, ବିଶୁ ମୁଣ୍ଡା, ରଥିଆ ମୁଣ୍ଡା, ପ୍ରଫୁଲ ମୁଣ୍ଡା, ଦଶୁରୁ ମୁଣ୍ଡା, ସୁରେଶ ମୁଖି, ଲୋଚନ ସେଠୀ ପ୍ରମୁଖ ଶତାଧିକ ବ୍ୟକ୍ତିଙ୍କ ଘରର କ୍ଷୟକ୍ଷତି ହୋଇଛି। କ୍ଷତିଗ୍ରସ୍ତ ପରିବାରଙ୍କ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର