ଘର ଉପରେ ପଡ଼ିଲା ଗଛ

ପଦ୍ମପୁର: ଆଜି ଅପରାହ୍ଣରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ‌ଘଟିଛି। ପ୍ରବଳ ପବନରେ କେତେକ ଘରର ଛପର ଉଡ଼ିଯିବା ସହିତ ଗଛ ଉପୁଡ଼ି ପଡ଼ିଛି। କେଦୁଝର ସଦର ବ୍ଲକ ଅନ୍ତର୍ଗତ ଡିମ୍ବୋ ଗ୍ରାମର କିଶୋର ପାତ୍ରଙ୍କ ଘର ଉପରେ ଏକ ବିରାଟ ଜଡିଗଛ ଉପୁଡି ପଡିବାରୁ ତାଙ୍କ ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଛି।

ଗଛପଡିବା ଶବ୍ଦ ଶୁଣି ପରିବାର ଲୋକେ ପଦାକୁ ଚାଲିଆସିବାରୁ ସୌଭାଗ୍ୟକ୍ରମେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଏବେ ପରିବାର କିପରି ରହିବେ କିଶୋର ଚିନ୍ତାରେ ଭାଙ୍ଗି ପଡିଛନ୍ତି। ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରଙ୍କୁ ଉପଯୁକ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର