ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ୩୦ ହଜାର ଟଙ୍କା ସହାୟତା

ଖୋର୍ଦ୍ଧା: କୋଭିଡ୧୯ ମହାମାରୀ ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦୁଇଟି ସଂଗଠନ ପକ୍ଷରୁ ପୃଥକ ପୃଥକ ଭାବେ ୧ଲକ୍ଷ ୩୦ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଛତାବର ପଂଚାୟତସ୍ତରୀୟ ମହିଳା ମହାସଂଘ ପକ୍ଷରୁ ୩୦ହଜାର ଟଙ୍କାର ଚେକ୍ ଏଡିଏମ୍ ପ୍ରଫୁଲ କୁମାର ସ୍ୱାଇଁଙ୍କୁ ପ୍ରଦାନ କରାଯାଇଥିଲା । ଏହି ସମୟରେ ସଂଘର ନେତ୍ରୀ କାଂଚନ ପରିଡ଼ା, ପ୍ରମିଳା ମୁଦୁଲି, ସନ୍ଧ୍ୟାରାଣୀ ଦାସ, କବିତା ଜେନା, ସରପଂଚ ମନସ୍ୱିନୀ ମିଶ୍ର, ଉପଜିଲ୍ଲାପାଳ ଦେବବ୍ରତ୍‌ତ ସାହୁ, ବିଡିଓ ବାସୁଦେବ ମାହାରୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ଇଗଲ ୟୁଥ୍ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୧ଲକ୍ଷ ଟଙ୍କାର ଚେକ୍ ଟ୍ରଷ୍ଟର ସମ୍ପାଦକ ହିମାଂଶୁ ରାୟ, ହୃଷିକେଶ ପଶ୍ଚିମକବାଟ, ସନ୍ଦୀପ ମହାନ୍ତି ପ୍ରମୁଖ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କୁ ପ୍ରଦାନ କରିଥିଲେ ।

ସମ୍ବନ୍ଧିତ ଖବର