ଗାଁ ଜଙ୍ଗଲ ନିକଟରୁ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ଝିଅକୁ ମାରିଦିଆଯାଇଛି ବୋଲି ଥାନାରେ ଅଭିଯୋଗ କଲେ ଝିଅର ପିତା

ଚିତ୍ରକୋଣ୍ଡା:ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଭୁକ୍ତ ଗୁଣ୍ଠାୱାଡା ପଞ୍ଚାୟତର ଦିଶାରୀଗୁଡ଼ା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଦିଶାରୀଗୁଡ଼ା ଗ୍ରାମର ସୁବାଷ ଖିଲଙ୍କ ପୁଅ ରାଜୁ ଖିଲ, (ବୟସ -୨୮) ସେ ଚାରି ବର୍ଷ ତଳେ ମାଥିଲି ବ୍ଲକ ଅନ୍ତର୍ଭୁକ୍ତ ବାରିଆବାଲ ଗ୍ରାମର ରାମ ଚନ୍ଦ୍ର ବିଶୋଇ ଙ୍କ ଝିଅ ସାବିତ୍ରୀ ଖିଲ (ବୟସ-୨୫)ଙ୍କୁ ବିବାହ କରିଥିଲେl

ଉଭୟ ସ୍ୱାମୀ ଓ ସ୍ତ୍ରୀ ରାଜୁ ଏବଂ ସାବିତ୍ରୀଙ୍କ ମଧ୍ୟରେ କିଛି ଦିନ ହେଲା ପାଟିତୁଣ୍ଡ ହୋଇ ମନୋମାଳିନ୍ୟ ଘଟିଥିଲା l ଆଜି ଦିଶାରୀଗୁଡ଼ା ନିକଟସ୍ଥ ଜଙ୍ଗଲରୁ ଉକ୍ତ ଗ୍ରାମର ଜଙ୍ଗଲ ଯାଉଥିବା ଲୋକ ଗଛରେ ଶବ ଝୁଲୁଥିବାର ଦେଖି ଗ୍ରାମ ଲୋକଙ୍କୁ ଖବର ଦେଇଥିଲେ, ପରିବାର ତଥା ଗ୍ରାମ ଲୋକ ଯାଇ ଦେଖନ୍ତି ସାବିତ୍ରୀର ଶବ ଝୁଲୁଛି, ରାଜୁ ପରିବାର ଲୋକେ ଫାଶୀ ହୋଇ ମରିଯାଇଥିବା କହୁଥିବା ବେଳେ ଝିଅର ପରିବାର ଲୋକେ ଝିଅକୁ ମାରିଦିଆଯାଇଛି ବୋଲି ଚିତ୍ରକୋଣ୍ଡା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତିl ଚିତ୍ରକୋଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି l

ସମ୍ବନ୍ଧିତ ଖବର